Breaking News

ସର୍ଭିସ ରାସ୍ତା ପାଲଟିଛି ଟ୍ରକ ଗ୍ୟାରେଜ


 ବରଗଡ଼---  ସରକାର କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ କରି ଲୋକଙ୍କ ସୁବିଧା ସୁଯୋଗ ନିମନ୍ତେ ଜାତୀୟ ରାଜପଥ ୬କୁ ସମ୍ପ୍ରସାରଣ କରିଛନ୍ତି । ଲୁହୁରାଚଟି ରୁ ସମ୍ବଲପୁର ଚାରିଥାକିଆ ୫୩ନଂ ରାଜପଥ ନିର୍ମାଣ କରିବା ପରେ ଏବେ ଲୋକଙ୍କୁ ମରଣ ଯନ୍ତା ମୁଁହକୁ ଠେଲି ଦେଇଛନ୍ତି । ସେତିକି ନୁହେଁ ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନ ଅବହେଳା ତଥା ଅପାରଗତା ଯୋଗୁଁ ରାଜରାସ୍ତାକୁ ଜବରଦଖଲ କରି ଚାଲିଛନ୍ତି । ଭଡା ଅସୁଲ କରୁଛନ୍ତି ତ ଆଉ କେତେ ଲୋକ ରାସ୍ତା ଉପରେ ନିଜର ପେଟ ପାଟଣା ପାଇଁ ଦୋକାନ ବଜାର ଖୋଲି ବସିଛନ୍ତି। ଅନେକ ଲୋକ ସର୍ଭିସ ରୋଡ଼କୁ ଅକ୍ତିଆର କରି ନିଜର ନିଜସ୍ୱ କାର୍ଯ୍ୟରେ ବ୍ୟବହାର କରିଥିବା ଯୋଗୁଁ ଛାତ୍ରଛାତ୍ରୀ ତଥା ପଥଚାରି ମାନେ ରାଜରାସ୍ତା ଉପରେ ଯାତାୟତ କରି ଦୁର୍ଘଟଣା ର ଶିକାର ହେଉଛନ୍ତି।ଯାହା ଆମେ କହୁନାହୁଁ ଏହି ସର୍ଭିସ ରୋଡ଼ର ଦୃଶ୍ୟରୁ ଜଣା ପଡେ।ଯାହା ସମ୍ବଲପୁର-ବରଗଡ଼ ୱେ ତଥା ଅତାବିରା ବୁଟୁବନ୍ଦ ରୁ ଲାଦେର ପାଲି ଛକ କୁ ଯିବା ସର୍ଭିସ ରାସ୍ତାଟି ବହୁ ଦିନରୁ ଟ୍ରକ ଗ୍ୟାରେଜ ସାଜିଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ରାତି ପାହିଲେ ଏହି ରାସ୍ତାଦେଇ ସ୍କୁଲ କଲେଜ ଛାତ୍ରଛାତ୍ରୀ ତଥା ପଥଚାରି ମାନେ ଯିବାଆସିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏହି ସର୍ଭିସ ରାସ୍ତା ଉପରେ ଅନେକ ବିଦ୍ୟୁତ ଖୁଣ୍ଟ ମଝିରେ ରହି ତାହା ମଧ୍ୟ ବିପଦକୁ ଆମନ୍ତ୍ରଣ କରୁଛି।ଦୀର୍ଘ ବର୍ଷରୁ ଏଇ ଜବରଦଖଲ କାରୀ ମାନଙ୍କ ପାଇଁ  ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟିଚାଲିଛି । ଏହି ରାସ୍ତା ରେ ନେତା,ରାଜ ନେତା,ପ୍ରଶାସନିକ ଅଧିକାରୀ ମାନେ ଆଖିବୁଜି ଯିବା ଆସିବା ଘଟଣା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।ସେହିପରି ରାଜରାସ୍ତା ନିର୍ମାଣ କାରୀ ଅଶୋକା ବିଲ୍ଡକାନ ୨୦୧୦ପୂର୍ବରୁ ରାଜରାସ୍ତା ନିର୍ମାଣ କରି ଅସମ୍ପୂର୍ଣ୍ଣ ଛାଡି ଦେଇ ଟୋଲ ଟିକସ ଆଦାୟ କରି ମସଗୁଲ ରହିଛି।  ଦେଇଥିବା ପ୍ରତିଶୃତି ଚାପି ଦେଇ ନିଜ ମନମାନି ଚଳାଇ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି।ତେବେ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମ୍ପୂର୍ଣ୍ଣ ରାସ୍ତାର ସୁବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts