ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ଦାବିନେଇ ବନ୍ଦ ଡାକରା ଦିଆଯାଇଛି
ବରଗଡ଼ ଜିଲ୍ଲା ଅତାବିରା ବାରଏସୋସିଏସନ ତରଫରୁ ଆସନ୍ତା ପାଞ୍ଚତାରିଖ ଦିନ ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ଦାବିନେଇ ଅତାବିରାଠାରେ ସକାଳ ଛଅ ଘଂଟା ଠାରୁ ସନ୍ଧ୍ୟା ଛଅ ଘଂଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ତଥା ଏକ ସାଙ୍ଗଠନିକ ସଭାପତି ରାକେଶ ପାଢ଼ୀଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ବନ୍ଦରେ ଅତାବିରାର ସମସ୍ତ ସଂଗଠନ ତଥା କୃଷକ,ଦୋକାନ, ବରିଷ୍ଠ ନାଗରିକ, ସମସ୍ତ ରାଜନୈତିକ ଦଳ ଏବଂ ଅନେକ ସଂଗଠନ ସହଯୋଗ କରିବେ ବୋଲି ଆଜି ଏହି ସଭାରେ ସ୍ଥିରହୋଇଛି | ବହୁଦିନରୁ ବାରମ୍ବାର ପଶ୍ଚିମଓଡିଶା ର ଓକିଲମାନେ ଅନେକ ପ୍ରକାର ଅନଶନ କରିଆସୁଛନ୍ତି ହେଲେ ରାଜ୍ୟସରକାର କି କେନ୍ଦ୍ରସରକାର ଏହାପ୍ରତି ଧ୍ୟାନ ଦେଉନାହାନ୍ତି ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଏଥର ବାରଏସୋସିଏସନ ଏବଂ ସମସ୍ତ ସଂଗଠନ ମିଳିତ ହୋଇ ବନ୍ଦ ଡାକରା ଦେଇଛନ୍ତି | ଆମ୍ବୁଲାନ୍ସ, ଏବଂ ଜରୁରୀ ପରିସ୍ଥିତିକୁ କୋହଳ ଦିଆଯିବାର ସୂଚନା ଦେଇଛନ୍ତି |
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ