ଅମଳିପାଲି ୟୁଜି ଏଚ ଏସ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରାବ୍ଲକ ଅନ୍ତର୍ଗତ ଅମଳିପାଲି ପଞ୍ଚାୟତ ଅମଳିପାଲି ୟୁଜି ଏଚ ଏସ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ଅମଳିପାଲି ସରପଞ୍ଚ ସୁବଲୟା ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଋଷୁବ ନାଏକ ସମ୍ବାନୀତ ଅତିଥିଭାବେ ଯୋଗ ଦେଇଥିଲେ।ସେହିପରି ତେଜାଗୁଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଚନ୍ଦ୍ରକାନ୍ତ ସାହୁ ମୁଖ୍ୟବକ୍ତା ଭାବରେ ମଞ୍ଚାସିନ ଥିଲେ।ଅତିଥି ମାନଙ୍କ ଦ୍ୱାରା ବାଗଦେବୀ ସରସ୍ୱତୀ ଓ ବିଘ୍ନରାଜ ଙ୍କ ଫଟୋ ଚିତ୍ରରେ ଦ୍ବୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଛାତ୍ରୀ ସୁଶ୍ରୀ ମହାପାତ୍ର,ବିଶ୍ୱା ବିଶ୍ୱାଳ ଓ ସୁଜାତା ନାଏକ ପ୍ରମୁଖଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ବୋଲି ଥିଲେ। ଶିକ୍ଷକ ଇନ୍ଦ୍ରଜିତ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରାଜେଶ ପଟେଲ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହାପରେ ଅତିଥି ମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ୩୦୮ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ସ୍କୁଲର ବିଭିନ୍ନ କ୍ଷେତ୍ରରେ ଟପ୍ପର ହୋଇଥିବା ସିନିୟର ବିଭାଗରେ ସୁଶ୍ରୀ ମହାପାତ୍ର, ରୋଶନ ପ୍ରଧାନ ଓ ଜୁନିୟର ବିଭାଗରେ ପ୍ରତୀକ ପଟେଲଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ଭୋଇ ସ୍କୁଲ ପିଲାଙ୍କ ପାଠପଢା ତଥା ସ୍କୁଲର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବାପାଇଁ ମତ ପ୍ରକାଶ କରିଥିଲେ।ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ ଅଞ୍ଚଳବାସୀଙ୍କୁ ମନମୁଗ୍ଧ କରିଥିଲା।କାର୍ଯ୍ୟକ୍ରମକୁ ଶିକ୍ଷକ ମହେନ୍ଦ୍ର ପ୍ରଧାନ,ଗୁଣମଣୀ ଲୁହା, ରବୀନ୍ଦ୍ର ନାଥ ଭୋଇ,ମୁନ୍ସୀ ସାହୁ,ଶିକ୍ଷୟିତ୍ରୀ ଗିରିଜା ପ୍ରଧାନ,ନିତୁ ଭୋଇ,ରୀତା ପ୍ରଧାନ,ପ୍ରବୀଣା ସୁନା, ସ୍କୁଲ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା,ଅଭିଭାବକ/ଅଭିଭାବିକା ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିବାବେଳେ ଶିକ୍ଷୟିତ୍ରୀ କଲ୍ୟାଣି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ