Breaking News

ଅଧ୍ୟାପକଙ୍କ ସନ୍ଦେହଜନକ ମୃତ


ଭୁବନେଶ୍ୱର। ---:ବ୍ରହ୍ମପୁରସ୍ଥିତ ଖୋଡାସିଂ ରେଳଧାରଣା ନିକଟରୁ ଅଧ୍ୟାପକଙ୍କ ମୃତଦେହ ମିଳିଛି। ମୃତକ ଜଣକ ଖଲ୍ଲିକୋଟ ନିୟର କଲେଜର କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ୱର ନାୟକ (୨୭) ବୋଲି ଜଣାପଡିଛି। ମୃତ ଭୁବନେଶ୍ବରଙ୍କ ବାପା ଗଣପତି ନାୟକ ଖଲ୍ଲିକୋଟ ସ୍ୱୟଂଶାସିତ କଲେଜର ଝାଂସିରାଣୀ ମହିଳା ହଷ୍ଟେଲରେ ଚୌକିଦାର ଭାବେ କାର୍ଯ୍ୟରତ। ଗଣପତି ନିଜ ପରିବାର ସହ ହଷ୍ଟେଲ ପରିସରରେ ରହି ଆସୁଥିଲେ। ତେବେ ଗତକାଲି ରାତି ୯ଟା ସମୟରେ ଭୁବନେଶ୍ବର ଏଟିଏମରେ ଟଙ୍କା ବାନ୍ଧିବାକୁ ଯାଇଥିବାବେଳେ ଘରକୁ ଫେରିବାକୁ ବିଳମ୍ବ ହେବାରୁ ସେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଆଉ ଫେରିନଥିଲେ। ରାତି ସାରା ଫୋନ କଲା ପରେ ମଧ୍ୟ କେହି ଉଠାଇ ନଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଖବର ପାଇ ରେଳବାଇ ପୋଲିସ ଓ ବୈଦ୍ୟନାଥ ପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ନକଟରୁ ଏକାଧିକ ମଦ ବୋତଲ ପଡିଥିବା ସୁଚନାମିଳିଛି । ଅନ୍ୟପଟେ ଭୁବନେଶ୍ୱରଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । 

 ଧୀରେନ୍ଦ୍ର ସେନାପତି

Blog Archive

Popular Posts