Breaking News

ପୁରୀ ଐତିହ୍ୟ କରିଡ଼ର୍‌ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ


ପୁରୀ  ---- ପୁରୀ ଐତିହ୍ୟ କରିଡ଼ର୍‌ ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ  । ଏହି ବୈଠକରେ ଗଜପତି ମହାରାଜ ଯୋଗ ଦେଇଥିଲେ । ସେ କହିଛନ୍ତି କି ଆଗାମୀ ଦିନରେ ଶ୍ରୀକ୍ଷେତ୍ରର ଐତିହ୍ୟ, ସଂସ୍କୃତି, ମହିମା ଓ ପରମ୍ପରାର ବିକାଶ ଦିଗରେ କାମ କରାଯିବ। ଦେଶ ବିଦେଶରେ ପୁରୀର ସୁନାମ ହେବା ଦିଗରେ ପ୍ରଚାର କରାଯିବ। ଐତିହ୍ୟ କରିଡର କାର୍ୟ୍ୟ ହାତକୁ ନେଇଥିବା କମ୍ପାନି ସେ ଦିଗରେ କାମ କରୁଛି।
ଐତିହ୍ୟ କରିଡର୍‌ ନେଇ ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଐତିହ୍ୟ କରିଡର ନକ୍ସା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ରୂପରେଖ ନେବ। ଏବେ ଇ-ମେଲ୍‌ଯୋଗେ ଲୋକମାନେ ମତାମତ ଦେଉଛନ୍ତି। ଆମେ ଏଥିରେ ୪ଟି ଦିଗ ପ୍ରତି ଧ୍ୟାନ ଦେଉଛୁ।
ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି, ପ୍ରଥମତଃ ଶ୍ରୀମନ୍ଦିର ଚାରିପାର୍ଶ୍ୱରେ ଥିବା ସାହିକୁ ଯାତାୟତ ସୁବିଧା କରାଯିବ। ଏଥି ପାଇଁ ମାଇକ୍ରୋ ପ୍ଲାନିଂ କରାଯିବ। ଦ୍ୱିତୀୟତଃ ରଥଯାତ୍ରା ପରମ୍ପରା ପୂର୍ବ ଭଳି ଜାରି ରହିବ । ଏବଂ ରଥଖଳା ପୂର୍ବଭଳି ବ୍ୟବସ୍ଥିତ ରହିବ। ଚନ୍ଦନ ଯାତ୍ରା ପରି ଦେବଦେବୀଙ୍କ ବାହାର ଯାତ୍ରା ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ। ଶ୍ରୀମନ୍ଦିର ଭିତରକୁ ଯିବାବେଳେ ହାତ ଓ ପାଦ ଧୂଆ ବ୍ୟବସ୍ଥା କରାଯିବ। ଗଜପତିଙ୍କ ଦ୍ୱାରା ପ୍ରସ୍ତାବିତ ନାମ ସଂକୀର୍ତ୍ତନ ଓ ଯଜ୍ଞ ପାଇଁ ସ୍ୱତନ୍ତ୍ର ଜାଗା ରହିବ। ସେହିଭଳି ଏକକାଳୀନ ୫ ହଜାର ଭକ୍ତ ମହାପ୍ରସାଦ ଖାଇବା ପାଇଁ ସ୍ଥାନ ରଖାଯିବ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts