ଲାଦେର ପାଲି ଚଣ୍ଡୀ ମନ୍ଦିର ସମ୍ବୁଖରେ ଧର ପଗଡ଼,ଦୁଇ ବାଇକ ଜବତ ୧୮ହଜାର ଜୋରିମାନା...
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଚଣ୍ଡୀ ମନ୍ଦିର ସମ୍ବୁଖରେ ଆର୍ଟିଓ ବିଭାଗ ପକ୍ଷରୁ ଆଜି ଯାନବାହନ ଧରପଗଡ ହୋଇଥିଲା । ଜୁନିୟର ଏମ୍ ଭି ଆଇ ବିଶ୍ୱରଞ୍ଜନ ସାହୁ ଓ ଗୋଲାପ ଚନ୍ଦ୍ର ହାସଦା ନିଜ ସଦଳବଳେ ୫୩ନଂ ଜାତୀୟ ରାଜପଥ ଉପରେ ଯାଞ୍ଚ କରିଥିଲେ । ବିନା କାଗଜପତ୍ର ବିନା ହେଲମେଟରେ ଯିବାଆସିବା କରୁଥିବା ବାଇକ ଆରୋହି ମାନଙ୍କୁ ଯାଞ୍ଚ କରାଯାଉଥିଲା।ଏପରିକି ଯାଞ୍ଚ କରୁଥିବା ସମୟରେ ସି ଜି ୦୪ ସି ଇ ୯୭୩୫ସ୍ପେଣ୍ଡର ପ୍ଲସ ବାଇକର କାଗଜପତ୍ର ନଥିବା ସଙ୍ଗେ ଚେଚିସ ନଂ ତାଳ ମେଲ ନ କରୁଥିବା ଓ ଓ ଡି ୩୧ ଇ୩୩୮୪ ନମ୍ବରଟି ବଜାଜ୍ ଡିସ୍କଭରରେ ଲାଗିଥିଲା ହେଲେ ଯାଞ୍ଚ ବେଳେ ନମ୍ବର ରୁ ଉକ୍ତ ଗାଡିଟି ଏଚ ଏଫ ଡିଲସ୍କ ବୋଲି ଜଣା ପଡିବା ପରେ ଉକ୍ତ ଅଧିକାରୀ ମାନେ ସନ୍ଦେହ କରି ଏହାର ପଛରେ ବଡ଼ ରହସ୍ୟ ରହିଛି ବୋଲି ଦୁଇ ବାଇକ ଜବତ କରି ଅତାବିରା ଥାନାରେ ଜିମା ଦେଇଥିଲେ।ଉକ୍ତ ବାଇକ ଆରୋହି ମାନଙ୍କୁ ସମ୍ପୂର୍ଣ୍ଣ କାଗଜପତ୍ର ନ ଆଣିବା ପର୍ଯ୍ୟନ୍ତ ଗାଡି ଛଡା ଯିବ ନାହିଁ ବୋଲି କହିଥିଲେ। ଯାଞ୍ଚ ସମୟରେ ୬୮ଟି ବାଇକ ଚାଳକ ଙ୍କ ଠାରୁ ୧୮ହଜାର ୨ଶହ ଟଙ୍କା ଜୋରିମାନା ଆଦାୟ ହୋଇ ଅନେକ ବାଇକ ଆରୋହି ମାନଙ୍କୁ ଚାଲାଣ ମାଧ୍ୟମରେ ଦଣ୍ଡିତ କରାଯାଇଥିବାର ବିଭାଗୀୟ ପକ୍ଷରୁ ଜଣା ପଡ଼ିଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ