ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ସେଣ୍ଟାଲ ଟୁଲ ରୁମ ଆଣ୍ଡ ଟ୍ରେନିଙ୍ଗି ସେଣ୍ଟର ପକ୍ଷରୁ ଦଶ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିରର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହୋଇଯାଇଛି । ଏହି ତାଲିମ ଶିବିରରେ ସି ଟି ଟି ସି ର ଦୁଇଜଣ ଟ୍ରେନର ଯୋଗଦେଇଥିଲେ । ମହାବିଦ୍ୟାଳୟର ୪୦ ଜଣ ଡିଗ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ପର୍ଯ୍ୟାୟକ୍ରମେ ମୋବାଇଲି ରିପାୟାରିଙ୍ଗି ଓ ବୈଦୃତିକ ପ୍ରଯୁକ୍ତିବିଦ୍ୟାସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ନେବା ପାଇଁ ଛାତ୍ରଛାତ୍ରୀ ମାନଙ୍କର ବେଶ ଅଗ୍ରହ ଥିବାର ଦେଖାଯାଇଥିଲା । ତାଲିମ ଶିବିରରେ କଲେଜର ଅଧ୍ୟାପକ ଶଙ୍କର ପ୍ରସାଦ ମିଶ୍ର ଓ ଅଧ୍ୟାପିକା ସସ୍ମିତା ପ୍ରଧାନ ମୁଖ୍ୟ ସଂଯୋଜକ ଥିଲେ । ଅଧ୍ୟାପକ ମନୋଜ ପରିଡା ଓ ବଡବାବୁ ରାଜ କିଶୋର ପତି ତାଲିମ ଶିବିର ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିହାର ରଞ୍ଜନ ଦାଶ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି