Breaking News

ସତ୍ୟବାଦୀ ମହୋତ୍ସବ ପାଇଁ ବ୍ଳକ ସ୍ତରୀୟ ପ୍ରତିଯୋଗିତା

ସାକ୍ଷୀଗେ।।ପଳ----- ସତ୍ୟବାଦୀ ମହୋତ୍ସବ ପାଇଁ ବ୍ଳକ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଂଗୀତ, ଚ୍ରିତାଙ୍କନ ଓ ନୃତ୍ୟୁ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭୦ ଟି  ବିଦ୍ୟାଳୟର ୨୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଜୁନିୟର, ସବଜୁନିୟର ଓ ସିନିୟର ପିଲାମାନଙ୍କ ମଧ୍ୟରେ ତିନୋଟି ବିଭାଗ କରାଯାଇ ପ୍ରତିଯୋଗିତା କରାଯାଇଥିଲା । ବିଦ୍ୟାଳୟର  ଶିକ୍ଷକ ସତ୍ୟବାଦୀ ଦାଶ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ଶିକ୍ଷକ୍ ବିଧୁପ୍ରସାଦ ମିଶ୍ର, ଭାରତୀ ଦେବୀ, ଦିଗନ୍ତ ପତି, ଆଲୋକ କୁମାର ମିଶ୍ର, ବସନ୍ତ କୁମାର ସ୍ୱାଇଁ, ମାନସ ରଞ୍ଜନ ସ୍ୱାଇଁ, ପ୍ରତିମା ମିଶ୍ର ମୃତୁଞ୍ଜୟ ମହାପାତ୍ର, ସରୋଜ କୁମାର ବେହେରା, ଶିବରାମ ଖଟୋଇ, ସୁଚିତ୍ରା ଖଟୋଇ, ଉମାକାନ୍ତ ମିଶ୍ର, ତ୍ରିଲୋଚନ ପ୍ରଧାନ ପ୍ରତିଯୋଗିତା ପରିଚାଳନା କରିଥିଲେ । ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ଜାନକୀ ବଲ୍ଲଭ ମିଶ୍ର , ସମ୍ପାଦକ ଜାନକୀ ବଲ୍ଲଭ ବରାଳ, ଦିଲୀପ କୁମାର ମହାନ୍ତି, ଦେବ କିଶୋର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସତ୍ୟବାଦୀ ମହୋତ୍ସବ ଦିବସରେ ଅତିଥି ମାନେ ପୁରସ୍କୃତ କରିବେ ବୋଲି ମହୋତ୍ସବ କମିଟିର ସଂଯୋଜକ ଦିପକ କୁମାର ଶତପଥୀ ସୁଚନା ପ୍ରଦାନ କରିଛନ୍ତି । 

Blog Archive

Popular Posts