Breaking News

ଶିକ୍ଷୟତ୍ରୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକ ପଦ୍ମପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ଦାସଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ଗୋପିନାଥ ମିଶ୍ର ସଭା କାର୍ଯ୍ୟ  ଆରମ୍ଭରୁ ବେଦମନ୍ତ୍ର ପାଠ କରିଥିଲେ । କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ସଭାରେ ଅଧ୍ୟକ୍ଷତା କରିଥିଲେ । ମଣ୍ଡଳ ଅତିରିକ୍ତ ଶିକ୍ଷାଧିକାରୀ ଆର୍ତ୍ତତ୍ରାଣ ମିଶ୍ର ,ସମ୍ମାନୀତ ଅତିଥି ଭାବେ ମହୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ନିରଞ୍ଜନ ମହାରୀ ଯୋଗଦେଇଥିଲେ ।  ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ  ଦାସଙ୍କ ସହ ପୂର୍ବରୁ ବିଦ୍ୟାଳୟରୁ ଅବସର ଗ୍ରହଣ  କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ୧୦ ଜଣଙ୍କୁ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା ଓ କେତକୀପାଟଣା କ୍ଳଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଶିକ୍ଷକ ଲକ୍ଷ୍ମୀଧର ଚିନ୍ନାରା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶିକ୍ଷକ ସାରଥି ସେଠୀ, ବିଶ୍ୱଜିତି ପ୍ରଧାନ, ସର୍ବେଶ୍ୱର ସାହୁ ପ୍ରମୁଖ ଅଭିଭାଷଣ ଦେଇଥିଲେ । ଶିକ୍ଷୟତ୍ରୀ ମଞ୍ଜୁଲତା ଦେଇ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts