Breaking News

ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ  ------ସତ୍ୟବାଦୀ ବ୍ଳକର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ  ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବିକାଶ  ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ  ମୁଖ୍ୟ ଅତିଥି ଭାବେ ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରା,  ଟେକ୍ ମହିନ୍ଦ୍ରା ଫାଉଣ୍ଡସେନର ଆସେସିଏଟର ମ୍ୟାନେଜର ରଶ୍ମି ରଞ୍ଜନ ମହାନ୍ତି  ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ୧୩୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ଉପସଭାପତି ରବୀନ୍ଦ୍ର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜିକା ମୋନାଲିସା ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିବା ସହ ସଂଯୋଜନା କରିଥିଲେ  । ରାକେଶ କୁମାର ସାହୁ, ପ୍ରଭାତ ଚନ୍ଦ୍ର ସାମନ୍ତରାୟ, ଜିତୁ ମଲିକ, କାମଦେବ ସାମଲ, ଚିତ୍ତ ରଂଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ବସନ୍ତ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts