ଗ୍ରାମଞ୍ଚଳର ଯୁବତୀ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜେଏସଡବ୍ଳୁର ପ୍ରୟାସ ଆରମ୍ଭ
ପାରାଦୀପ---- ପାରାଦୀପ ଅଞ୍ଚଳର ଢ଼ିଙ୍କିଆ, ଗଡକୁଜଙ୍ଗ ଓ ନୁଆଗାଁ ପଞ୍ଚାୟତରେ ଆର୍ଥିକ ଅନଗ୍ରସର ୧୮ ରୁ ୩୫ ବର୍ଷର ମହିଳା ଓ ଯୁବତୀ ମାନଙ୍କୁ ସଶକ୍ତିକରଣ କରି ସ୍ୱାବଲମ୍ବୀ କରିବା ପ୍ରୟାସ ଆରମ୍ଭ ହୋଇଛି । ଜେଏସଡବ୍ଳୁର ଉତ୍କଳ ଷ୍ଟିଲ କମ୍ପାନୀ ଓ ସାହିଏକ୍ସପୋଟର ମିଳିତ ସହଯୋଗରେ ପାରାଦୀପ ସ୍ଥିତ ଜେଏସଡବ୍ଳୁର କାର୍ଯ୍ୟାଳୟ ପରିସରରେ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭୦ ଜଣ ଯୁବତୀ ମହିଳା ଯୋଗଦେଇଥିଲେ । ଏରସମା ବ୍ଳକରେ ନୂଆଗାଁଠାରେ ଜେଏସଡବ୍ଳୁ ଏକ ଅତ୍ୟାଧୁନିକ ଇସ୍ପାତ ପ୍ରକଳ୍ପ କରିବା ପାଇଁ ସ୍ଥିର ହୋଇଛି । ଏହି ପ୍ରକଳ୍ପ ପାଇଁ କମ୍ପାନୀ ୭୧ ହଜାର କୋଟି ଠଙ୍କା ଖର୍ଚ୍ଚ କରିବ । ଏହି କ୍ରମରେ ଉକ୍ତ ଅଞ୍ଚଳରେ ଗରିବ ମହିଳା ଓ ଯୁବତୀ ମାନେ ନିଜେ ଓ ନିଜ ପରିବାରର ଆର୍ଥିକ ପରିସ୍ଥିତି ସୁଧାର ଆଣି ପାରିବେ ସେ ନେଇ କମ୍ପାନୀ ପକ୍ଷରୁ ଅଭିନବ ଉଦ୍ଦ୍ୟମ ଆରମ୍ଭ କରିଛି । ଏହା ଆଗରୁ ଚାଷୀ ମାନେ କିପରି ଚାଷରେ ଉନ୍ନତି କରି ପାରିବେ ଜେଏସଡବ୍ଳୁର ସେ ନେଇ ବିଭିନ୍ନ ବୈଜ୍ଞାନିକ ମାନଙ୍କୁ ଡକାଇ ତାଲିମ ପ୍ରଦାନ କରିଛି । କମ୍ପାନୀ ପକ୍ଷରୁ ଆଗାମୀ ଦିନରେ ଉକ୍ତ ତିନୋଟି ପଞ୍ଚାୟତର ମହିଳା ଓ ଯୁବତୀ ମାନଙ୍କୁ ପର୍ଯ୍ୟାୟକ୍ରମେ ଚାରି ମାସ ତାଲଇମ ପ୍ରଦାନ କରାଯିବ । ଦକ୍ଷତା ଅନୁସାରେ ଗ୍ରାମେଣ୍ଟ କମ୍ପାନୀରେ କାମ କରିବାର ସୁଯୋଗ ଦିଆଯିବ । ଜେଏସଡବ୍ଳୁର ଏହି ଅଭିନବ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ପ୍ରଶଂସା କରିଛନ୍ତି । ସୁଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ୬୦ ଜଣ ଗୋଷ୍ଠୀ ସହାୟିକା ଓ ଦକ୍ଷ ନଥିପତ୍ର ସହାୟିକା ମାନଙ୍କୁ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା- ୨୦୨୦ କୁ ନିଆଯାଇଥିଲା । ସେଠାରେ ଗୁଣବତ୍ତର ଧୂପକାଠି ପ୍ରସ୍ତୁତି ଓ ବିକ୍ରୟ ପାଇଁ ଆବଶ୍ୟକ ଜ୍ଞାନ କୌଶଳ ଶିକ୍ଷା ଜେଏସଡବ୍ଳୁ ପକ୍ଷରୁ ଦିଆଯାଇଥିଲା ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର