Breaking News

ସାମ୍ବାଦିକ ହତ୍ୟା ଘଟଣାରେ ନିନ୍ଦା ପ୍ରସ୍ତାବ

ବେଗୁନିଆ--- ଗତ  ୧୫ ତାରିଖ ମଧ୍ୟାହ୍ନରେ ବାଙ୍କୀ ଉପଖଣ୍ଡର ଖଜୁରୀପଦା ଗ୍ରାମର ଯୁବ ସାମ୍ବାଦିକ  ଆଦିତ୍ୟ କୁମାର ରଣସିଂହ ଙ୍କୁ  ଏକ ପ୍ରମୁଖ ରାଜନୈତିକ ଦଳର ବ୍ୟକ୍ତିମାନେ ଆକ୍ରୋଶ ରଖି ଦିନ ଦ୍ୱିପହର ସମୟରେ ବାଙ୍କୀ-କଳାପଥର ରାସ୍ତାରେ ଥିବା ଜୋକଲାଞି ନିକଟରେ ଅତି ନୃଶଂସ ଭାବରେ  କରିଥିବା ହତ୍ୟା ଘଟଣାକୁ  ବେଗୁନିଆର ସାମ୍ବାଦିକମାନେ  ଘୋର ନିନ୍ଦା କରିଛନ୍ତି ।ପୋଲିସ ପ୍ରଶାସନ ଆଜି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ  କାହାକୁ ଜଣକୁ ହେଲେ ଗିରଫ କରି ନ ପାରିବା  ପୋଲିସର ପାରିବା ପଣିଆ ଉପରେ ସାମ୍ବାଦିକ ମାନେ ପ୍ରଶ୍ନ କରିଛନ୍ତି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ  ସାମ୍ବାଦିକମାନେ ଦାବୀ କରିଛନ୍ତି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା       

Blog Archive

Popular Posts