Breaking News

ଗ୍ରାମ୍ୟ ରାଜମିସ୍ତ୍ରୀଙ୍କୁ ତାଲିମ ପ୍ରଦାନ ଶିବିର

କୁଜଙ୍ଗ----- ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ଗ୍ରାମ୍ୟ ରାଜମିସ୍ତ୍ରୀମାନଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ସର୍ମ୍ପକିତ ତାଲିମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓରମାସର ଡ଼େପୁଟି ଡ଼ାଇରେକ୍ଟର ସତ୍ୟ ସୁନ୍ଦର ଶିବରାମ ପାଇଟାଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ସୁନନ୍ଦା ରାଉତ, ତିର୍ତ୍ତୋଲ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ ସହକାରୀ ଯନ୍ତୀ ରାଜଦିପ୍ ହାସଂଦା ବ୍ଲକ ପ୍ରକଳ୍ପ କୋଅଡ଼ିନେଟର ପ୍ରିୟମ୍ବଦା  ପଶାୟତ, ମ୍ୟାସନର ଜଗତସିଂହପୁର ଜିଲ୍ଲା କୋଅଡ଼ିନେଟର ବିଶ୍ୱନାଥ ସାହୁ, ସିଭିଲ୍ ଟ୍ରେନର ଅମୀୟ ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ୍ କେନ୍ଦ୍ରରେ ୩୦ ଜଣ ରାଜମିସ୍ତ୍ରୀ ଯୋଗଦେଇଥିବାବେଳେ ଘର ନିର୍ମାଣରେ ୧୦ ଦିନିଆ ତାଲିମ୍ ଦିଆଯିବ  ।  ପ୍ରତ୍ୟେକ ରାଜମିସ୍ତ୍ରୀଙ୍କୁ ଗୋଟିଏ ଘରକୁ ଟ୍ୟାଗ କରାଯାଉଛି । ସେହି ରାଜମିସ୍ତ୍ରୀ ଘରକୁ ୧୦ ଦିନ ମଧ୍ୟରେ ସମ୍ପୁର୍ଣ୍ଣ କରିବେ ତାପରେ  ତାଲିମ୍ ପ୍ରାପ୍ତ ରାଜମିସ୍ତ୍ରୀମାନଙ୍କୁ ବିଭିନ ଉପକରଣମାନ ପ୍ରଦାନ କରାଯିବା ସହିତ ୩ ଜଣ ରାଜମିସ୍ତ୍ରୀଙ୍କୁ ପୁରସ୍କୃତ କରାଯିବାପାଇଁ ଏହି ତାଲିମ୍ କେନ୍ଦ୍ରରେ ଡ଼େପୁଟି ଡ଼ାଇରେକ୍ଟର ସତ୍ୟ ସୁନ୍ଦର ଶିବରାମ ପାଇଟାଲ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ବିଶ୍ୱାଳଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌତମ କୁମାର ପରିଜା ଧନ୍ୟବାଦ ଅର୍ପଣ କରିଥିଲେ ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts