Breaking News

ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧଦମ୍ପତି ; ଶେଷରେ ଜ୍ୱାଇଁ ଘରେ ଆଶ୍ରୟ ନେଲେ

ବେଗୁନିଆ-- -- ସରକାର ଯୋଜନା ପରେ ଯୋଜନା  ପ୍ରଣୟନ କରୁଛନ୍ତି । କିନ୍ତୁ ଏହି ସବୁ ଯୋଜନାର ଫାଇଦା କେଉଁମାନେନେଉଛନ୍ତି  ତାହା ସରକାରଙ୍କ ଦୃଷ୍ଟି ଗୋଚର ହେଉନାହିଁ । ପ୍ରଶାସନିକ ଅଧିକାରୀ ମାନଙ୍କର ଉପଯୁକ୍ତ ତଦନ୍ତ ଅଭାବରୁ  ତେଲିଆ ମୁଣ୍ଡରେ ତେଲ ଭଳି ପ୍ରକୃତ ହିତାଧିକାରୀମାନେ  ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ କେବଳ ଥିଲାବାଲା ମାନେ ସବୁ ଯୋଜନାରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି ।ଗ୍ରାମରେ ରହୁଥିବା କୁଜି ନେତା ଏବଂ ଦଲାଲମାନଙ୍କ ଯୋଗୁଁ  ପ୍ରକୃତ ହିତାଧିକାରୀ ମାନେ ଯୋଜନା ସବୁରୁ ବାଦ ପଡୁଛନ୍ତି । ବେଗୁନିଆ ବ୍ଲକ ଅନ୍ତର୍ଗତ  ଛତ୍ରପଡା ଗ୍ରାମର ଲକ୍ଷ୍ମୀଧର ବଳିୟାରସିଂହ(୭୨)  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡି ନିଜର ଭିଟାମାଟି ଛାଡି ଏବେ ବଡ ଝିଅ ଘରେ ଆଶ୍ରୟ ନେଉଛନ୍ତି ।ତାଙ୍କର  ତିନୋଟି ଝିଅ ଥିବାବେଳେ  ପରିବାର ଆର୍ଥିକ ଅବସ୍ଥା  ସ୍ୱଚ୍ଛଳ ନଥିବାରୁ ଗତ ଫନି ବାତ୍ୟାରେ ଘର ଖଣ୍ଡିକ ଭାଙ୍ଗିରୁଜି  ଯାଇଥିଲା । ସେ ଘର ନିର୍ମାଣ କରିବା ପାଇଁ  ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରିଥିଲେ ମଧ୍ୟ  କେହିତାଙ୍କ କଥାକୁ  କର୍ଣ୍ଣପାତ କଲେ ନାହିଁ ।ଫଳରେ ସେ ବାତ୍ୟାରେ କୌଣସି   ସରକାରୀ ସହାୟତା ପାଇପାରିଲେ ନାହିଁ । ସେ ତାଙ୍କର ତିନି ଝିଅଙ୍କୁ ବହୁବର୍ଷତଳେ ବିବାହ ଦେଇଥିଲେ ମଧ୍ୟ  ବୃଦ୍ଧ ଦମ୍ପତି ଚଳିବା ପାଇଁ  ତାଙ୍କ ପାଖରେ ସେଭଳି ସମ୍ବଳ ନାହିଁ  । ବର୍ତମାନ ପାଉଥିବା ବାର୍ଦ୍ଧକ୍ୟ ଭତା  ଏକମାତ୍ର ସମ୍ବଳ । ସେଥିରେ ଦୁଇ ପ୍ରାଣୀ ଗୋଟିଏ ମାସ ଦୁଃଖ କଷ୍ଟରେ ଚଳିବା ସମ୍ଭବପର ହେଉ ନଥିବା ବେଳେ ଗୃହ ନିର୍ମାଣ କରିବା ସାତ ସପନ ହୋଇଯାଇଛି । ସରକାର ଗରିବ ଲୋକମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରୁଥିବା ବେଳେ  ଲକ୍ଷ୍ମୀଧର ସେଥିରୁ ବଞ୍ଚିତ । ରାଜ୍ୟ ସରାକରଙ୍କ ୫ଟି ଯୋଜନାର ଏକ ନଗ୍ନ ନମୁନା ।  ଫନି ବାତ୍ୟାରେ ଭାଙ୍ଗିଥିବା ଘରଟି  ମରାମତି ଅଭାବରୁ  ଏବଂ ଲଗାଣା ବର୍ଷାରେ କାନ୍ଥ ଗୁଡିକ ଏବେ ଭାଙ୍ଗି  ଭୂମିରେ ମିଶି ଯାଇଛି । ତୁରନ୍ତ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ତାଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ  ଗ୍ରାମବାସୀମାନେ ଦାବୀ କରିଛନ୍ତି । 
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts