Breaking News

ବାୟା ଅବଧୂତ କଲେରେ +୨ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦ୍‌ଯାପିତ

କୁଜଙ୍ଗ-----ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାୟଅବଧୂତ କଲେଜର +୨ କଳା ଓ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ୧୨ ଦିନିଆ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷ ପ୍ରଫେସର ସୁଭାଷ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ  ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନନୀତ ଅତିଥିଭାବ ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟର ରାଜନିତୀ ବିଭାଗର ବରିଷ୍ଠ ଅଧ୍ୟାପକ ଭଗବାନ ଚନ୍ଦ୍ର ଦାଶ ଯୋଗଦେଇ ଆତ୍ମରକ୍ଷାର କୌଶଳ ଗୁଡ଼ିକୁ ନିୟମିତ ଅଭ୍ୟାସ ଓ ନିଜର ବାସ୍ତବ ଜୀବନରେ ପ୍ରୟୋଗ, ନିଜର ସାଙ୍ଗ ସାଥିମାନଙ୍କୁ ଏହି ବିଷୟରେ ଧାରଣା ଦେବାକୁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । କଲେଜର +୨ ଅଧ୍ୟକ୍ଷ ପ୍ରଫେସର ସୁରେଶ ଚନ୍ଦ୍ର ନାୟକ ପ୍ରାଚିନ କାଳରୁ ନାରୀ ସୁରକ୍ଷା ଓ ନାରୀ ଶକ୍ତିର ଗୁରୁତ୍ୱ ଆଲୋଚନା କରିଥିଲେ । ସଂସ୍କୃତ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ପୁଷ୍ପକ କୁମାର କରଶର୍ମା ସଂସ୍କୃତ ଭାଷାରେ ବୈଦିକ ଯୁଗର ନାରୀ ଶିକ୍ଷା ଓ ଆଧୁନିକ ଯୁଗର ନାରୀ ଶିକ୍ଷା ସହିତ  ବିକାଶ ତଥା ସ୍ତ୍ରୀ ଓ ପୁରୁଷ ମଧ୍ୟରେ ପ୍ରଭେଦ ସମ୍ପର୍କରେ ଆଲୋଚନା କରିଥିଲେ । ଶାରିରୀକ ଶିକ୍ଷା ଅଧ୍ୟାପକ ଫକୀର ଚରଣ ବାରିକ୍ ବାଳିକା ଆତ୍ମ ସୁରକ୍ଷାର ଆବଶ୍ୟକତା ତଥା କିପରି ଭାବରେ ତାଲିମ ପ୍ରାପ୍ତ କରିବା ଓ ବାସ୍ତବ ଜୀବନରେ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକତା ରହିଛି ବୋଲି କହିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଉତ ଏହି ଅବସରରେ ଇତିହାସ ପୃଷ୍ଠାରୁ ଉଦାହରଣ ମାଧ୍ୟମରେ ନାରୀ ସୁରକ୍ଷା ଓ ଆତ୍ମନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥିଲେ । ଏହି ୧୨ ଦିନିଆ ବାଳିକା ଆତ୍ମସୁରକ୍ଷାରେ ପ୍ରଶିକ୍ଷକଭାବେ ରସ୍ମିତା ବିଶ୍ୱାଳ ଓ ରେଖାରାଣୀ ମଲ୍ଲିକ ଯୋଗଦେଇ ବାଳିକାମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । କଲେଜର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ବିବେକାନନ୍ଦ ସିଂହ,  ଯୁବ ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ, ଅଧ୍ୟାପକ ସୁଶାନ୍ତ କୁମାର ସ୍ୱାଇଁ, ସାରଦା ପ୍ରସାଦ ସ୍ୱାଇଁ, ଜ୍ଞାନ ରଞ୍ଜନ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ରମାକାନ୍ତ ଲେଙ୍କା, ବିକାଶ ରଞ୍ଜନ ମହାନ୍ତି, ମାୟାଧର ସାହୁ, ପ୍ରମୋଦ କୁମାର ଦାଶ, ବିଜୟ କୁମାର ଦାଶ, ଦିଲ୍ଲିପ କୁମାର ସ୍ୱାଇଁ, ଶିଶିର କୁମାର ମହାପାତ୍ର, ନୃସିଂହ ସାହୁ, ଅନିରୁଧ ସାହୁ, ପ୍ରମୋଦ ରାଉତ ପ୍ରମୁଖ ଯୋଗଦେଇ କଲେଜର ସମସ୍ତ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ସର୍ମ୍ପକରେ ଅବଗତ କରାଇଥିଲେ । ଶେଷରେ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ବିଭୂସେନ୍ ପତି ଧନ୍ୟବାଦ ଅର୍ପଣ କରିଥିଲେ ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts