Breaking News

ବାଲିଗୁଡ଼ାରେ ସ୍ୱାସ୍ଥ୍ୟ ସେବା


  କନ୍ଧମାଳ---- କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ  କୀମସ ପକ୍ଷ ରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ  ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପାନ୍ତ ଓ ଦୁର୍ଗମ ଅଂଚଳ ରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କନ୍ଧମାଳ ସାଂସଦ ଙ୍କ  ଏଭଳି ପଦକ୍ଷେପ ପାଇଁ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି । ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଉପାନ୍ତ କୋଟଗଡ଼ ବ୍ଲକ ର ଆର୍କିମାହା,  ତୁମୁଡିବନ୍ଧ ବ୍ଲକ ର ଲଙ୍କାଗଡ, କ.ନୂଆଗାଁ ବ୍ଲକ ର ବାଲିଗାଡା,  ବାଲିଗୁଡା ବ୍ଲକ ର କୁଟିକିଆ  ଭଳି ଦୁର୍ଗମ  ଅଂଚଳରେ ସ୍ୱାସ୍ଥ୍ୟ ଶିବିର  ମାଧ୍ୟମରେ ମାଗଣା ଚିକିତ୍ସା ସହ ଔଷଧ ବଣ୍ଟନ କରାଯାଇଛି । ହାତ ପାହାନ୍ତି ରେ ଏହି ସେବା ପାଇ ଜନସାଧାରଣ ବେଶ ଖୁସି ପ୍ରକଟ କରିବା ସହ ସ୍ୱାସ୍ଥ୍ୟ ସେବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା କନ୍ଧମାଳ ସାଂସଦ ଙ୍କୁ ସମସ୍ତେ ଧନ୍ୟବାଦ ଦେଇଛନ୍ତି ।  ଛୋଟ ରୁ ବଡ଼ ସମସ୍ତେ ଡ. ଅଚ୍ୟୁତ ସାମନ୍ତ ଙ୍କ  ଏହି ଶିବିର ରେ ଯୋଗ ଦେଇ ମାଗଣା ରେ ଚିକିତ୍ସା ପାଇବା ସହ ମାଗଣା ରେ  ଔଷଧ ପାଇଛନ୍ତି। 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts