ଡାକ୍ତର ବିମଳ ରଥଙ୍କ ଶ୍ରଦ୍ଧାଞଳି ସଭା
ବେଗୁନିଆ/ସିକୋ---- ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରାକ୍ତନ ବରିଷ୍ଠ ପ୍ରସୃତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବିମଳ ରଥଙ୍କ ଶ୍ରଦ୍ଧାଞଳି ସଭା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।ସଭାର ପ୍ରାରମ୍ଭରେ ସ୍ୱର୍ଗତଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରା ଯାଇଥିଲା ।ସଭାରେ ବୋତଳମା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅରକ୍ଷିତ ମତଗଜସିଂହଙ୍କ ଆବାହକତ୍ୱରେ ନାରାୟଣ ବରାଳ,ବିରଂଚି ନାରାୟଣ ମଙ୍ଗରାଜ,ଦୋଳ ପ୍ରଧାନ,ଦିଲ୍ଲୀପ ସାମନ୍ତସିଂହାର,ମହେନ୍ଦ୍ର ସାମନ୍ତ ସିଂହାର,ପ୍ରଭାକର ରଥ,ନୀଳକଣ୍ଠ ବାରିକ,ସଞୟ ମହାପାତ୍ର,ବ୍ରଜବନ୍ଧୁ ବେହେରା,ଅଇଁଠା ମାର୍ଥା,ପବିତ୍ର ସାମନ୍ତରାୟ ଓ ଲକ୍ଷବଚ୍ଚ ଦଳେଇ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଙ୍କର ସ୍ମୃତିଚାରଣ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା