Breaking News

ରାୟଚକ୍ରଧରପୁର ହାଇସ୍କୁଲର ୧୯୭୯ବ୍ୟାଚର ସାଥୀ ମାନଙ୍କର ବନ୍ଧୁମିଳନ

  ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକର ରାୟଚକ୍ରଧରପୁର ହାଇସ୍କୁଲର ୧୯୭୯ବ୍ୟାଚର ସାଥୀ ମାନଙ୍କର ବନ୍ଧୁମିଳନ ସହ ବୈଠକ ବିଷ୍ଠୁପୁର ଗ୍ରାମରେ ଥିବା ତାରେଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିତ ରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ ।  ବୈଠକରେ ଉପସ୍ଥିତ ଥିବା ସମସ୍ତ ସାଥୀ ମାନଙ୍କ ମତ ଅନୁସାରେ ୭୯ ମାଟ୍ରିକ ବ୍ୟାଚର ଏକ ଟ୍ରଷ୍ଟ ଗଠନ କରାଯାଇ ତାହା ପଞ୍ଜିକରଣ କରିବା ସହ ବ୍ୟାଙ୍କରେ ଆକାଉଣ୍ଟକରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ସତ୍ୟବାଦୀ ଦାଶ, ମାନସ କୁମାର ଦାଶ ଓ  ପ୍ରସନ୍ନ କୁମାର ବେହେରାଙ୍କ ନାମରେ ମିଳିତ ଆକଉଣ୍ଟ ଖୋଲିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନେ ବାର୍ଷିକ ୧ହଜାର ଟଙ୍କା ଚାନ୍ଦା ଦେବେ ବୋଲି ନିସ୍ପତି ଗ୍ରହଣ କରାଯାଇଛି । ମୁଖ୍ୟ ଆବାହକ ଭାବେ ସତ୍ୟବାଦୀ ଦାଶ ଓ ସହଯୋଗୀ ଅବାହକ ଭାବେ ମାନସ କୁମାର ଦାଶ ରହିଛନ୍ତି । ବର୍ଷକୁ ୨ଥର ସାଧାରଣ ବୈଠକ କରାଯିବ । ଶେଷରେ ରାୟଚକ୍ରଧରପୁର  ହାଇସ୍କୁଲର ଉନ୍ନତି ପାଇଁ ଉପସ୍ଥିତ ସଭ୍ୟ ମାନେ ନିସ୍ପତି ନେଇଛନ୍ତି । ବହୁ ଶିଘ୍ର ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ଆବହକ ଶ୍ରୀ ଦାଶ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts