Breaking News

ପୂର୍ବ ଶ୍ରତୁତାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ, ୪ ଆହତ, ଥାନାରେ ଉଭୟ ପକ୍ଷ ଅଭିଯୋଗ

ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ  ଧାନକେରା ଗ୍ରାମ ପଞ୍ଚାୟତର ଗୁଆଳି ଗୋରଡା ଗ୍ରାମରେ ଦୁଇ ପରିବାର ମଦ୍‌ୟରେ ପୂର୍ବ ଶ୍ରତୁତାକୁ ନେଇ ମାରପିଟ ହୋଇଥିବା ସତ୍ୟବାଦୀ ଥାନାରେ ଉଭୟ ପକ୍ଷ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଧୃବ ବେହେରାଙ୍କ ଝିଅ ସୁଜତା ତାଙ୍କ ଘରେ ପାଣି ଦେଉଥିବା ସମୟରେ ସର୍ବେଶ୍ୱର ବେହେରାଙ୍କ ଘରେ ପାଣି ପଡିଥିଲା । ପାଣି ଘରେ ପଡୁଛି ବୋଲି ସର୍ବେଶ୍ୱରଙ୍କ ସ୍ତୀ ଲତା ବେହେରା ଏହାକୁ ବିରୋଧ କରିବାରୁ ଧୃବ ବେହେରାଙ୍କ ପରିବାର ଲୋକମାନେ ଲତା ଓ ସର୍ବେଶ୍ୱର ବେହେରାଙ୍କୁ ମାଡମାରି ମୁଣ୍ଡ ଫଠାଇ ଦେଇଥିବା ଲତା ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ସୁଜତା ବେହେରା ପାଣି ଦେଉଥିବା ସମୟରେ କାନ୍ଥରୁ ପାଣି ତାଙ୍କ ଘରେ ପଡିବାରୁ ସର୍ବେଶ୍ୱର ଓ ତାଙ୍କ ପୁଅ, ଲତା ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ତାଙ୍କ ଜେଜେ ଶଙ୍କର ବେହେରା ଓ ବାପା ଧୃବ ବେହେରାଙ୍କୁ ଖଣ୍ଡାରେ ହାଣି ଦେବା ସହିତ ଠେଙ୍ଗାରେ ମାଡ ମାରି ରକ୍ତାକ୍ତ କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ଦୁଇ ପରିବାରର ଆହତ ମାନେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହୋଇଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ଦୁଇଟି ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଜାରି ରଖିଛି ।
ସାକ୍ଷୀଗୋପାଳରୁ ପୂର୍ଣାନନ୍ଦ  ତ୍ରିପାଠୀ




Blog Archive

Popular Posts