ବୁଧ ନାରାୟଣ ସ୍ପୋଟିଙ୍ଗି ଫୁଟବଲ ମ୍ୟାଚ ଉଦଯାପିତ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ବୁଧ ନାରାୟଣ ସ୍ପୋଟିଙ୍ଗ ଆସୋସଏସନ ପକ୍ଷରୁ ହରିପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳରୁ ୮ଟି ଦଳ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ ତେଫାନ ସ୍ପୋଟିଙ୍ଗ କ୍ଳବ ହରିପୁର ଓ ଶିବ ଶକ୍ତି କ୍ଳବ ଭୁବନେଶ୍ୱର ମଧ୍୍ରରେ ଅନୁଷ୍ଠିତ ହୋଇଥିଲା । ତେଫାନ ଦଳ ୧-୦ ଗୋଲରେ ବିଜ୍ରୀ ହୋଇ ଏ ବର୍ଷ ପାଇଁ ଚମ୍ପିୟାନ ହୋଇଥିଲେ । ଖେଳ ପରିଚାଳନା କରିଥିଲେ ଶିବ ପ୍ରସାଦ ଦାଶ, ଟୁଟୁ ବାହିନୀପତି, ସଞ୍ଜୟ ଦାସ । ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସାଂସଦ ଅନୂଭବ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ଚମ୍ପିୟାନ ଦଳକୁ ୫ ହଜାରଟଙ୍କା ଓ କପ୍ ପ୍ରଦାନ କରିଥିଲେ । ରନସ ଦଳକୁ ୩ ହଜାର ଟଙ୍କା ଓ କପ୍ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲା ପରିଷଦସଭ୍ୟ ମଳୟ କୁମାର ମହାନ୍ତି , ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ନିଶଙ୍କ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଯୋଗଦେଇଥିଲେ । ଉଦଯାପନି ଉତ୍ସବ ସଭାରେ ସଭାପତିତ୍ୱ କରିଥିଲେ ଦୁବାସ ନିଶଙ୍କ । ଅତିଥି ପରିଚୟ ପଦାନ କରିଥିଲେ ଦୀପକ ଜେନା । ବାର୍ଷିକ ବିବରଣି ପାଠ କରିଥିଲେ ସୌମ୍ୟ ରଞ୍ଜନ ପରିଡା । ପ୍ରଶାନ୍ତ ଭୁଜବଳ, ଦେବାଶିଷ ନିଶଙ୍କ ସହିତ ଗ୍ରାମାବସୀ ମାନଙ୍କ ସହଯୋଗରେ ଏହି କଅ୍ରୀଡା ଉତ୍ସବଟି ଅନୁଷ୍ଠିତ ହୋଇଥିଲା । ପ୍ରତୁଷ ନିଶଙ୍କ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି