Breaking News

ଜାତୀୟ ରାଜପଥ ଉପରେ ଲୁଟେରା ମାତିଲେ; ମହିଳା ଗାଡିରୁ ପଡି ଆହତ


ସାକ୍ଷୀଗୋପାଳ---- ପୁରୀ- ଭୁବନେଶ୍ୱର ୩୧୬ ଜାତୀୟ ରାଜପଥର ସାକ୍ଷୀଗୋପାଳ ଥାନା ନିକଟରେ ଲୁଟେରା ମାନେ ଲୁଟ ତରାଜ ଆରମ୍ଭ କରିଛନ୍ତି ।  ଅନ୍ୟ ପକ୍ଷେ ଚୋର ମାନେ ପୋଲିସକୁ ଚାଲେଞ୍ଜ ଦେଉଥିବା ବେଳେ ଏବେ ଲୁଟେରା ମାନେ ପୋଲିସକୁ ଦେଇଛନ୍ତି ଚାଲେଞ୍ଜ । ସତ୍ୟବାଦୀ ଥାନା ଠାରୁ  ଅଳ୍ପ ଦୁରରେ ଥିବା କାନାଡା ବ୍ୟାଙ୍କ ନିକଟରେ ମଙ୍ଗଳବାର ରାତିରେ ରାହଯାନି ଘଟିଛି । ସୁଚନାଯୋଗ୍ୟ ଯେ ସାକ୍ଷୀଗେ।।ପଳ ଗେଟବଜାର ନିକଟ କଳିଙ୍ଗ ବିହାର ରାଧାନାଥ ଷଢ଼ଙ୍ଗୀ ଓ ତାଙ୍କ ସ୍ତୀ ମିନା ଷଢ଼ଙ୍ଗୀ ବୀରଗୋବିନ୍ଦପୁରରୁ ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିଲେ ।   କାନାଡା ବ୍ୟାଙ୍କ ପରେ ତିନିଜଣ ଯୁବକ ଏକ ଗାଡି ଧରି ଠିଆ ହୋଇଥିଲେ । ସେମାନଙ୍କ ପାଖାପାଖି ପହଞ୍ଚିବା ମାତ୍ରେ ଜଣେ ଯୁବକ ମିନାଙ୍କ କାନ୍ଦରେ ଥିବା ଭ୍ୟାନିଟି ବ୍ୟାଗକୁ ଭିଡିଥିଲେ । ଯାହା ଫଳରେକି ମିନା ଗାଡିରୁ ତଳେ ପଡିଯାଇଥିଲେ । ଏହି ସୁଯୋଗରେ ଲୁଟେରା ମାନେ ଭ୍ୟାନିଟି ବ୍ୟାଗ ନେଇ ଚମ୍ପଟ ମାରିଥିଲେ । ଦମ୍ପତି ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା ହେବାପରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଏବେ ଲୁଟେରା ମାନଙ୍କ ପାଇଁ ଭୁସ୍ୱର୍ଗ ପାଲିଟିଛି ସତ୍ୟବାଦୀ ଥାନା ଅଞ୍ଚଳ ବୋଲି ଲୋକମାନେ କହୁଛନ୍ତି । 
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts