ଆଦିନିଆ ରଥଯାତ୍ରା ଅୟୋଜନ ନେଇ ବିରୋଧ, ସଂସ୍ଥା ର କର୍ମକର୍ତ୍ତା ଙ୍କ କୁଶପୁତ୍ତଳିକା ଦାହ ।
ପୁରୀ-_ ମୁମ୍ବାଇ ରେ ଇସ୍କନ ପକ୍ଷରୁ ଆଦିନିଆ ରଥଯାତ୍ରା ଅୟୋଜନ ନେଇ ବିରୋଧ ବଢ଼ିବାରେ ଲାଗିଛି। ଇସ୍କନ ବିରୋଧ କାର୍ଯ୍ୟନୁଷ୍ଠାନ ଦାବି ନେଇ ଆଜି ଶ୍ରୀମନ୍ଦିର ସିଂହ ଦ୍ୱାର ସମୂଖ ରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଇସ୍କନ ବିରୋଧ ରେ ବିକ୍ଷୋଭ କରାଯାଇଛି। ଏଥି ସହିତ ସଂସ୍ଥା ର କର୍ମକର୍ତ୍ତା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରା କୁ କୁଠାର ଘାତ କରି ଅଦିନିଆ ରଥଯାତ୍ରା ଅୟୋଜନ କରୁଛି ତାହା ଶାସ୍ତ୍ର ବିରୋଧ ସହ କୋଟି କୋଟି ଜଗନ୍ନାଥ ଭକ୍ତ ଙ୍କୁ ଦୁଃଖ ଦେଇ ଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି। ତୁରନ୍ତ ଇସ୍କନ ଏହି କାର୍ଯ୍ୟ ରୁ ନିବୃତ୍ତ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋର ଦାର କରାଯିବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ