ଏନ ଡି ଆର ଏଫ ଟିମ ପକ୍ଷରୁ ଚନ୍ଦ୍ରଭାଗା ବେଳା ଭୂମି ସଫେଇ
ପୁରୀ---ଏନ ଡି ଆର ଏଫ ଟିମ ପକ୍ଷରୁ ଚନ୍ଦ୍ରଭାଗା ବେଳା ଭୂମି ସଫେଇ କରାଯାଇଛି । ସ୍ଵଛ୍ଛ ଭାରତ ଓ ନିର୍ମଳ ଭାରତ ନିମନ୍ତେ ଆମ ପରିଵେଶକୁ ଆମେ ନିଜେହିଁ ସଫା ରଖିଵା ଉଚିତ ଏହି ଵାର୍ତା ନେଈ ଆଜି ଚନ୍ଦ୍ରଭାଗା ବେଳାଭୂମି ରେ ଏନ ଡି ଆର ଏଫ ର ଟିମ ସଫେଇ କାର୍ଯ୍ୟ କରିଥିଲେ। ବେଳାଭୂମିକୁ ଅଳିଆ ଆଵର୍ଜନା ମୁକ୍ତ କରିଥିଲେ । ଏନ ଡି ଆର ଏଫ ର ଦୁଇ ଜଣ ଆସିଷ୍ଟାଣ୍ଡ କମାଣ୍ଡର ଜି.ଏସ ପଟେଲ,ସୂରଜିତ ସିଂ ଙ୍କ ନେତୃତ୍ବ ରେ ପ୍ରାୟ ୧୮୦ଜଣ ଏନ ଡି ଆର ଏଫ ର କର୍ମଚାରୀ ନିଜକୁ ନିୟୋଜିତ କରିଥିଲେ । ବିଶ୍ବ କୁ ନିର୍ମଳ ରଖିବାର ବାର୍ତା ନେଇ ଏହି ଅଭିଯାନ ଆୟୋଜିତ ହୋଇଥିଲା ।
ପୁରୀ ରୁ ଜୟନ୍ତ କୁମାର ସେଠୀ