ଦୁଇ ମଟର ସାଇକେଲ ମୁହାଁମୁହିଁ ଧକ୍କା; ଜଣେ ମୃତ
କନ୍ଧମାଳ--- ବାରମ୍ବାର ପ୍ରୟାସ ପରେ ବି କନ୍ଧମାଳରେ ଥମିବାର ନା ନେଉନି ସଡ଼କ ଦୁର୍ଘଟଣା। କନ୍ଧମାଳ ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିଗୁଡା ଠାରେ ପୁଣି ଦେଖିବାକୁ ମିଳିଛି ମର୍ମାନ୍ତକ ସଡ଼କ ଦୁର୍ଘଟଣା । ବାଲିଗୁଡା ପୁରୁଣା ପେଟ୍ରୋଲ ପମ୍ପ ନିକଟସ୍ତ ବାଜାଜ ବାଇକି ଶୋରୁମ ସମ୍ମୁଖରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ପୀତବାସ କହଁର ନାମକ ମହାସିଙ୍ଗ ଗ୍ରାମ ର ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଧୀରେନ ନାୟକ ବାଲିଗୁଡା ଦଣ୍ଡପଦର ଗ୍ରାମ ର ଅଟନ୍ତି । ବାଲିଗୁଡ଼ା ମେଡିକାଲ ରେ ଚିକିତ୍ସା ହୋଉଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ଦୁର୍ଘଟଣା ଗସ୍ତ ମଟର ସାଇକେଲ ଦୁଇଟି କୁ ଜବତ କରି ଏକ କେସରୁଜ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା