Breaking News

ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

କୋଣାର୍କ----କୋଣାର୍କ ନିକଟସ୍ଥ ବାଲିଦୋକାନଠାରେ ଥିବା  ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୁର୍ତ୍ତି ଉପଲକ୍ଷେ ପୁରାତନ ଛାତ୍ରଛାତ୍ରୀ ସଙ୍ଘ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ  ୩ ଦିନ ବ୍ୟାପି ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଓଡିଶାର ମହାମହିମ ରାଜ୍ୟପାଳ ଉଦଘାଟନ କରିଥିଲେ । ଉଦଯାପନି ସନ୍ଧ୍ୟାରେ ପୁରାତନ ଛାତ୍ର ସଂସଦ ସଭାପତି ଲକ୍ଷ୍ମଣ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ  ମୁଖ୍ୟ ଅତିଥି ଭାବେ ପ୍ରଫେସର ଦୁର୍ଯ୍ୟଧନ ପରିଡା, ମୁଖ୍ୟବକ୍ତା ଭାବେ ସ୍ୱରାଜ ମିଶ୍ର, ସମ୍ମାନିତ ଅତିଥି ଭାବେ ବୀରକିଶୋର ମହାନ୍ତି, ବରିଷ୍ଠ ସାମ୍ବାଦିକ କୃଷ୍ଣ ନାୟକ, ଆଡଭୋକେଟ ରଞ୍ଜନ କୁମାର ଜେନା, ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଦେଇ, ସମ୍ପାଦକ ସୁଧୀର କୁମାର ଭୁୟାଁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ପରେ ପରେ ବିଦ୍ୟାଳୟର ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ  କରାଯାଇଥିଲା । ଚିତରଞ୍ଜନ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଗନ୍ଧର୍ବ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts