ରାମହରି ଗୁରୁକୂଳ ଅନୁଷ୍ଠାନର ପ୍ରତିଷ୍ଠା ଓ ବିଦ୍ୟାର୍ଥୀ ଦିବସ ପାଳିତ
ସାକ୍ଷୀଗୋପାଳ --- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ନିକଟ ବଡହାଟ ଗ୍ରାମରେ ଅବସ୍ଥିତ ରାମହରି ଦାସ ଓଡିଶୀ ଗୁରୁକୂଳର ପ୍ରତିଷ୍ଠା ଦିବସ ଶୁକ୍ରବାର ଗୁରୁକୂଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠା ଦିବସକୁ ଅନୁଷ୍ଠାନ ବିଦ୍ୟାର୍ଥୀଙ୍କ ଉପଲକ୍ଷେ ବିଦ୍ୟାର୍ଥୀ ଦିବସ ଭାବରେ ଅନୁଷ୍ଠାନ ପାଳନ କରିଆସୁଛି । ଆମ ସସ୍କୃତି, ପରମ୍ପରା, ସଂଗୀତ, ବୀଣା, ମର୍ଦ୍ଦଳ ଆଦିର କଳା ର ସୁରକ୍ଷା ଓ ଶିକ୍ଷଣ - ପ୍ରଶିକ୍ଷଣ ସମ୍ବନ୍ଦରେ ଉପସ୍ଥିତ ଅତିଥି ମାନେ ଆଜିର ସମାଜରେ ଏହି ରାମହରି ଦାସ ଗୁରୁକୁଳ ବଞ୍ଚାଇ ରଖିଛି ବୋଲି ମତ ପ୍ରକାଶ କରିଥିଲେ ।
ଏହି ଅବସରରେ ଗୁରୁକୂଳର କୁନି କୁନି ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ମର୍ଦ୍ଦଳ ବାଦନ, ଓଡିଶୀ ସଂଗୀତ ଓ ଓଡିଶୀ ନୃତ୍ୟୁ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଆମେରିକା ଓଡିଆ ଆସେସିଏସନର ସଭାପତି ପ୍ରତାପ ଦାସ , ଶିକ୍ଷାବିତ୍ତ ତ୍ରିଲୋଚନ ମହାପାତ୍ର, ବେହେଲା ବାଦକ, ଗିତିକାର ଆର୍ତ୍ତତ୍ରାଣ ଶତପଥି , ଅମୀୟ କୁମାର ପଟ୍ଟନାୟକ, ଗୁରୁକୂଳର ପ୍ରତିଷ୍ଠାତା ଗୁରୁ ରାମହରି ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଗୁରୁକୂଳର ଅଧ୍ୟକ୍ଷ ଧନେଶ୍ୱର ସ୍ୱାଇଁ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ସଂଧ୍ୟାରେ ସୁଶ୍ରୀ ଅନୁଜା ତାରିଣୀ ମିଶ୍ରଙ୍କ ଦ୍ୱାରା ଏକକ ଓଡିଶୀ ଗାୟନ କରାଯାଇଥିଲା । ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଗୁରୁ ସନାତନ ନାୟକ ଓ ତାଙ୍କ ସାଥୀ ମାନଙ୍କ ଦ୍ୱାରା ପଲ୍ଲୀ ନୃତ୍ୟୁ କରାଯାଇଥିଲା । ଶେଷରେ ଆଇନିଜିବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଗୁରୁକୁଳର ଟ୍ରଷ୍ଟର ସମସ୍ତ ସଭ୍ୟସଭ୍ୟା, ଗୁରୁ, ଶିକ୍ଷାର୍ଥୀ ଓ ଅବିଭାବକ ମାନେ ଉପସ୍ଥିତ ରହବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି