Breaking News

କରଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୪ ମୃତ


 S daliei
Nayagarh

ନୟାଗଡ଼  ---- ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କରଡ଼ା ବଡ଼ପୁଟ ରାସ୍ତାରେ ଥିବା ଇଣ୍ଡେନ ଗ୍ୟାସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ନନ୍ଦିଘୋର ନେଳିଆ ସାହିର ଚାଉଳ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୦) ନୟାଗଡ଼ର ଏକ ଘରୋଇ କଲେଜ ହଷ୍ଟେଲକୁ ଝିଅକୁ ଛାଡିବାକୁ ଯାଇଥିବା ବେଳେ ଓଡ଼ି ୦୨ ଏ ଏନ ୭୨୩୭ ନମ୍ବର ବିଶିଷ୍ଟ ନିଜ ହ୍ୟୁଣ୍ଡାଇ କ୍ରେଟା କାରରେ ବିଳମ୍ବିତ ରାତିରେ ଫେରୁଥିଲେ । ଫେରିବା ସମୟରେ କାରଟି ଦୁର୍ଘଟଣାଗସ୍ତ ହେବାରୁ, ସେଥିରେ ଥିବା ଚିରଞ୍ଜିବି ସାହୁ(୪୦), ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ( ୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧)ଙ୍କ ସହ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି ।ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 
 ନୟାଗଡ଼ ଜିଲ୍ଲାରୁ ସୁଦୀପ୍ତ କୁମାର ଦଳେଇ

Popular Posts