Breaking News

ଜିନ୍ଦଲ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟାଣାରେ ଅର୍ନ୍ତଭୁକ୍ତ ୨୮ଜଣ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

କୁଜଙ୍ଗ---- ଗତ ଡିସେମ୍ବର ୨୪ତାରିଖ ଦିନ ପାରାଦ୍ୱିପ ସ୍ଥିତ ଜିନ୍ଦଲ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଲକ୍ଷ ଲକ୍ଷ ଟଙ୍କାର ଆସବାବ ପତ୍ର ନଷ୍ଟକରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ସୋବୁ ସଙ୍ଗଠନର ସଦସ୍ୟମାନେ ଆଜି ଜେଲରୁ ମୁକୁଳିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସବୁ ସଙ୍ଗଠନ ପକ୍ଷରୁ ନିଯୁକ୍ତି ଦାବିକରି ଗତମାସ ୨୪ ତାରିଖଦିନ କିଛି ସଦସ୍ୟ ପାରାଦ୍ୱିପସ୍ଥିତ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ କରିଥିଲେ । ଯାହ ଫଳରେକି ଜିନ୍ଦଲ କର୍ତୃପକ୍ଷ ପାରାଦ୍ୱିପ ଥାନାରେ ଦୁଇ ଦୁଇଟା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାରକରି ୨୯ଜଣକୁ ପୋଲିସ ଦଫା ୧୪୭, ୧୪୮, ୩୪୧, ୪୫୨, ୨୯୪, ୩୨୩, ୪୨୭, ୫୦୬, ୧୪୯ ଭାରତୀୟ ପିଙ୍ଗଳ କୋଡରେ ଗିରଫକରି କୋର୍ଟ ଚାଲଣ କରିଥିଲେ । ମାନ୍ୟବର ଅଦାଲତ ସେମାନଙ୍କ ଜାମିନ ନାମାଞ୍ଜୁର କରି ଜେଲ ହାଜାତକୁ ପଠାଇ ଦେଇଥିଲେ । ୧୭ଦିନ ପରେ ଆଜି ଅତିରିକ୍ତ ଜିଲ୍ଳା ଦୌରାଜଜ୍ ପ୍ରଣବ ରାଉତରାୟ ସେମାନଙ୍କ ମଧ୍ୟରୁ  ସୋବୁ ସଂଗଠନର ଜଗତ୍ସିଂହପୁର ଜିଲ୍ଲା ସଭାପତି ଯୁଗଜ୍ୟୋତି ସ୍ୱାଇଁଙ୍କୁ ଛାଡି ଅନ୍ୟ ୨୮ଜଣଙ୍କୁ ଜାମିନ ପ୍ରଦାନ କରିଥିବାର ଜଣାପଡିଛି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଦେବାଶିଷ କଣ୍ଟ ମୋକଦ୍ଦମା ଲଢୁଥିବା ବେଳେ ଅଭିଯୁକ୍ତମାନଙ୍କ ପକ୍ଷରୁ ଆଇନଜିବୀ ଗତିକୃଷ୍ଠ ସତପଥି ଓ ଅନ୍ୟମାନେ ଯୁକ୍ତି ଉପସ୍ଥାପନ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Popular Posts