Breaking News

ଓଡ଼ଗାଁ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଦର୍ଶକ ବିଭୋର


 S daeali
nayagarh

ନୟାଗଡ଼---- ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଚାଲିଥିବା  ମହୋତ୍ସବର କାଲି ଥିଲା ଦ୍ଵିତୀୟ ଦିନ। ଅପରାହ୍ନରେ ଦର୍ଶକମାନଙ୍କ ଗହଳି ପରିଲକ୍ଷିତ ହୋଇଥିଲା। ମହୋତ୍ସବରୁ ଶୁଭିଥିଲା ସଙ୍ଗୀତର ମଧୁର ମୂର୍ଚ୍ଛନା।ଦର୍ଶକମାନେ ମଞ୍ଚ ଅଭିମୁଖେ ଛୁଟିଥିଲେ। ସମସ୍ତଙ୍କୁ ଚକିତ କରିଥିଲା କୁନିକୁନି ପାଦର ନୃତ୍ୟର ଝଙ୍କାର।ନୃତ୍ୟ ପ୍ରତିଯୋଗୀତାରେ କନିଷ୍ଠ ବିଭାଗରେ ସରକାରୀ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ,ଓଡ଼ଗାଁର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗାୟତ୍ରୀ ବିଦ୍ୟାମନ୍ଦିର, ମାଶାବାରୀର ଛାତ୍ରଛାତ୍ରୀମାନେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।ବରିଷ୍ଠ ବିଭାଗରେ ଓଡ଼ଗାଁର ସରସ୍ୱତୀ ଡ୍ୟାନ୍ସ ଏକାଡେମୀ ପ୍ରଥମ ଏବଂ ରଘୁନାଥ ନୃତ୍ୟାୟନ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି।ମୟୁରଭଞ୍ଜର ଛଉ ନୃତ୍ୟ ଦେଖି ଦର୍ଶକ ଚକିତ ହୋଇଥିଲେ।ତାପରେ ନୃତ୍ୟଶିଳ୍ପୀ ଶଙ୍କର ବେହେରା ଏବଂ ସାଥୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ସମ୍ବଲପୁରୀ ନୃତ୍ୟ। ଢୋଲକୀ,ମାଦଲ ଏବଂ ଝାଞ୍ଜର ତାଳେ ତାଳେ ଝୁମିଥିଲେ ଦର୍ଶକ।ପରେପରେ ରଣପୁରରୁ ଆସିଥିବା 'ନୃତ୍ୟ ପ୍ରଣାମ'ର କଳାକାରମାନେ ନୃତ୍ୟର ଝଲକ ଦେଖାଇଥିଲେ। ଟ୍ରାକ ସିଙ୍ଗର ବିଦିଶା ପାତ୍ରଙ୍କ ସୁମଧୁର କଣ୍ଠରେ ଶୁଭିଥିଲା ଗଜଲ ଏବଂ ଶାସ୍ତ୍ରୀୟ ସଙ୍ଗୀତ।ପରିଶେଷରେ ପୁରୀରୁ ଆସିଥିବା 'ଫାୟାର ଡ଼୍ୟାନ୍ସ ଗ୍ରୁପ' ମଞ୍ଚରେ ଧମାକା କରିଥିଲେ।ଦର୍ଶକ ଲୁଟିଥିଲେ ମନୋରଞ୍ଜନର ନିଆରା ମଜା।
 ମହୋତ୍ସବର ଦ୍ଵିତୀୟ ଦିବସର ସମ୍ମାନୀତ ଅତିଥିଭାବେ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ରାୟ,ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନୟାଗଡ଼,ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ,ନୟାଗଡ଼,ଶ୍ରୀଯୁକ୍ତ ଲଗ୍ନଜିତ ରାଉତ,ଉପଜିଲ୍ଲାପାଳ, ନୟାଗଡ଼,ଶ୍ରୀମତୀ ବିଜୟିତା ସାମନ୍ତସିଂହାର,ତହସିଲଦାର ,ଓଡ଼ଗାଁ, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପୃଷ୍ଟି, ବରିଷ୍ଠ ନାଗରିକ ,ଓଡ଼ଗାଁ ପ୍ରମୁଖ ଯୋଗଦେଇଥିଲେ।ସଭାପତିତ୍ୱ କରିଥିଲେ ଓଡ଼ଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ସ୍ୱାତୀଲେଖା ଦାସ।ମଞ୍ଚ ପରିଚାଳନା ଦାୟିତ୍ୱରେ ଥିଲେ ଭାବଗ୍ରାହୀ ମହାପାତ୍ର,ରଞ୍ଜନ କୁମାର ଦାଶ୍,ପଞ୍ଚାନନ ପଣ୍ଡା,ନରେଶ ପାଣିଗ୍ରାହୀ ପ୍ରମୁଖ।

 ନୟାଗଡ଼ ଜିଲ୍ଲାରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts