ଦିଅର ଓ ଯା ମାଡରେ ଭାଉଜ ଲହୁଲହାଣ
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ଗୁଆଳିପାରି ଗ୍ରାମରେ ଦିଅର ଓ ଯା ମାଡରେ ଭାଉଜ ଲହୁଲୁହାଣ ସତ୍ୟବାଦୀ ଥାନାରେ ଅଭିଯୋଗ । ସୁଚନାଯୋଗ୍ୟ ଯେ ଗୁଆଳିପାରି ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ସ୍ତୀ ରଶ୍ମିତା ପ୍ରଧାନ ବାରିପଟ ବିଲରେ ଏକ ବାଛୁରୀ ବାନ୍ଦିଥିଲେ । ତା ପାଖ ବିଲରେ ରଶ୍ମିତାର ସାନ ଯା ଯଳିଆ ପ୍ରଧନାଙ୍କ ସ୍ତୀ ଟିକିଲି ଲୁଗାପଟା ଶୁଖିାଇଥିଲା । ବାଛୁରୀ ଲୁଗାପଟା କୁଦି ଦେବାରୁ ଏହାକୁ ନେଇ ଟିକିଲି ଓ ଯଳିଆ ବକାବନା କରିଥିଲେ । ରଶ୍ମିତା ଏହାକୁ ବିରୋଧ କରିବାରୁ ଦିଅର ଯଳିଆ ଯା ଟିକିଲି ବକାବାନା ସହ ଘୋଷାଡି ଆଣି ମାରି ଦେବାକୁ ଉଦ୍ୟମ କରିଥିଲେ । ଶାବଳ ଓ କାଠ ଠେଙ୍ଗାରେ ରଶ୍ମିତା ଓ ସୁରେନ୍ଦ୍ରଙ୍କୁ ମାର ଧର କରିଥିବା ନେଇ ସତ୍ୟବାଦୀ ଥାନାରେ ରଶ୍ମିତା ଲିଖିତ ଅଭିଯୋଗ କରିବା ସହ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କନ୍ଦ୍ରେରେ ଚିକିତ୍ସା ହେଉଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ