Breaking News

ଡେଲାଙ୍ଗ ବ୍ଳକରେ ବିଧାୟକଙ୍କର ଜନଶୁଶାଣୀ


ଡେଲାଙ୍ଗ-- ଡେଲାଙ୍ଗ ବ୍ଳକରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ସପ୍ତାହକୁ ଦୁଇଥର ଜନଶୁଣାଣୀ କରୁଛନ୍ତି । ଯାହା ଫଳରେକି ସେ ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛନ୍ତି  ।  ଲୋକମାନେ ମଧ୍ୟ ସେମାନଙ୍କର ଅସୁବିଧା ସିଧା ସଳକ ବିଧାୟକଙ୍କୁ ଜଣାଇ ପାରୁଛନ୍ତି । ଏପରିକି କେତକ ଅଭିଯୋଗ ସଙ୍ଗେ ସଙ୍ଗେ ଫଇସଲା ମଧ୍ୟ ହୋଇପାରୁଛି । ବିଶେଷ କରି ଭର୍ତ୍ତା, ଆବାସ ଯୋଜନା, ରାସ୍ତା ,ପାନୀୟ ଜଳ, ଗ୍ରାମ ବିବାଦ ଆଦି ସମ୍ପର୍କରେ ଜନଶୁଣାଣିରେ ଅଭିଯୋଗ ଆସୁଛି । ଆଜି ଜନଶୁଣାଣିରେ ଇନ୍ଦିପୁର ରାସ୍ତାରୁ ଗଛ କାଟି ନେଉଛନ୍ତି ବୋଲି ଅଭିଯୋଗ ଆସିଥିଲା  । ଅଭୟମୁଖୀ ଗ୍ରାମ ପଞ୍ଚାୟତର ନଡାଖଣ୍ଡ ଗ୍ରାମରେ ଦୁଇଲକ୍ଷର ଟଙ୍କା କାର୍ଯ୍ୟ ସଠିକ ହୋଇନଥିବା ଅଭିଯୋଗ ଆସିବା ପରେ ବିଧାୟକ ଶ୍ରୀ ମହାରଥୀ ତଦନ୍ତ କରିବା ପାଇଁ ବିଭାଗୀୟ ଜେଇଙ୍କୁ ନିର୍ଦ୍ଦେଶ ଦେଇଥିଲେ  । କ୍ୟାଲଣମଣ୍ଡପ, ପୋଖରୀ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ବିଧାୟକ ଶ୍ରୀ ମହାରଥୀ ଉପସ୍ଥିତଥିବା ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ କହିଛନ୍ତି । ସେହିପରି ବହୁ ଶିଘ୍ର ଦୁଇ ହଜାର ନୂତନ ଭର୍ତ୍ତା ଡେଲାଙ୍ଗ ବ୍ଳକୁ ଆସିବ ଏଣୁ ଯେଉଁମାନେ ପାଇ ନାହାନ୍ତି ସେମାନେ ଦରଖାସ୍ତ କରିବାକୁ କହିଥିଲେ  । ଏହି ଜନଶୁଣାଣିରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ ପ୍ରଧାନ, ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ଖଟୋଇ, ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀ, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ସହ ବିଭିନ୍ନ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts