ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଚାଲିଥିବା ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ ଦିବସ। ମ୍ୟାଚ ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଓଡଗାଁର ହସ କ୍ଲବ ଓ ଓଡଗାଁ ଯୁବ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଯୁବ ଦଳ ୫ଟି ଗୋଲ ଦେଇ ବିଜୟୀ ହୋଇଥିଲେ ମଧ୍ୟ୍ୟ ହସ କ୍ଲବର ବରିଷ୍ଠ ଖେଳାଳି ମାନେ ୪ ଟି ଗୋଲ ଦେଇଥିଲେ।ଏହି ମ୍ୟାଚଟି ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ