ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର କର୍ମଚାରୀଙ୍କ କମନରୁମ ପରିସରରେ ଶୁକ୍ରବାର ଏକ ଭାରତ ଶ୍ରେଷ୍ଠ ଭାରତ କ୍ଳବ ଆନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୁତା, ପ୍ରବନ୍ଧ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ମାନବ ସମ୍ବଳ ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଓଡିଶାର ମିଳିତ ପ୍ରୋସାହନରେ ଗଠିତ ହୋଇଥିବା ଏକ ଭାରତ ଶ୍ରେଷ୍ଠ ଭାରତ କ୍ଳବ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଓ ଗଠନମୂଳକ ଚିନ୍ତାଧାରାର ଜାଗରଣ ପାଇଁ ବର୍ଷତମାମ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଛାତ୍ର ଛାତ୍ରୀ ମାନେ ଦେଶର ବିବିଧତା ଓ ଐତିହ୍ୟ ସମ୍ପର୍କରେ ସଚେତନ ହେବେ । ଆଜିର ବିଭିନ୍ନ ପ୍ରତିଯୋଗିତାକୁ ପ୍ର. ଗୋପାଳକୃଷ୍ଣ ପଣ୍ଡା, ପ୍ର ଅଜୟ କୁମାର ଦାଶ, ପ୍ର ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।
 |
Sakhigopal |
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି