Breaking News

ସତ୍ୟବାଦୀରେ ଖୋଲିଲା ଧାନ ମଣ୍ଡି ; ପ୍ରଥମ ଦିନରେ ୨୪୮ କୁଇଣ୍ଟାଲ ଧାନ ବିକିଲେ ଚାଷୀ


 D Senapati
Sakhigopal 
ସାକ୍ଷୀଗୋପାଳ -----  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ନୂତନ ବର୍ଷର ପ୍ରଥମ ସପ୍ତାହରେ ଧାନ ମଣ୍ଡି ଖୋଲିଛି । ପ୍ରଥମ ଦିନରେ  ୨୭ ଜଣ ଚାଷୀଙ୍କ ଠାରୁ ୨୪୮ କୁଇଣ୍ଟାଲ ଧାନ କିଣାବିକା ହୋଇଥିବା ଜଣାପଡିଛି  । କୋହଲା ପାଗ ସାଙ୍ଗକୁ ବର୍ଷା  ଲାଗି ରହିଥିବାରୁ ଚାଷୀ ମାନେ ଧାନ ବିକ୍ରୟ କରିବା ପାଇଁ ଆଣିନାହାନ୍ତି ବୋଲି ଜଣାପଡିଛି ।  ସୁଚନାଯୋଗ୍ୟ ଯେ ସତ୍ୟବାଦୀରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏ ପର୍ଯ୍ୟନ୍ତ ଚାଷୀ ମାନେ ଧାନ ବିଲରେ ରହଥିବା ବେଳେ କେତକ ଚାଷୀ ଧାନ ଅମଳ କରି ନାହାନ୍ତି । ଏ ବର୍ଷ ପ୍ରାୟ ୨୦ ହଜାର ଛାଷୀ ଧାନ ବିକ୍ରୟ କରିବା ପାଇଁ ବିଭିନ୍ନ ସେବା ସମବାୟ ସମିତିରେ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି । ମାତ୍ର ବିଭିନ୍ନ ବ୍ଳକରେ ଧାନ ମଣ୍ଡି ଖୋଲିଥିବା ବେଳେ ସତ୍ୟବାଦୀରେ ଧାନମଣ୍ଡି ଖୋଲିନଥିଲା  ।  ପୁରୀ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ପ୍ରଚେଷ୍ଟା ଫଳରେ ଶୁକ୍ରବାର ବଳରାମପୁରଗଡ ସେବା ସମବାୟ ସମିତି ଠାରେ ଧାନ ମଣ୍ଡି ଖୋଲିଛି ।  ୪ ଜଣ ଚାଷୀଙ୍କ ଠାରୁ ୨୩ କୁଇଣ୍ଟାଲ ଧାନ କିଣାଯାଇଛି  । ସେହିପରି ନୂଆସୋମେଶ୍ୱରପୁର ସେବା ସମବାୟ  ୩ ଜଣ ଚାଷୀଙ୍କ ଠାରୁ ୨୫ କୁଇଣ୍ଠାଲ ଧାନ ସଂଗ୍ରହ କରାଯାଇଛି । ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାତରେ ଥିବା ସେବା ସମବାୟ ସମିତିରେ ବର୍ଷା ପାଗ ରହିଥିଲେ ମଧ୍ୟ ପ୍ରାୟ ୨୦ ଜଣ ଚାଷୀଙ୍କ ଠାରୁ ୨ଶହ କୁଇଣ୍ଠାଲ ଧାନ କିଣାଯାଇଥିବା ସମବାୟ ସମିତିର ସୁପରଭାଇଜରଙ୍କ ଠାରୁ ଏହି ସୁଚନା ମିଳିଛି । ବହୁ ଶ୍ରିଘ୍ର ସତ୍ୟବାଦୀ ବ୍ଳକରେ ଅନ୍ୟ ୧୩ଟି ସେବା ସମବାୟ ସମିତିରେ ମଣ୍ଡି ଖୋଲିଯିବ ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ଜଣାପଡିଛି  ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts