Breaking News

ଏସୟୁସିଆଇ ପକ୍ଷରୁ ୫ ଦଫା ଦାବି ନେଇ ବିକ୍ଷୋଭ


ଡେଲାଙ୍ଗ --- ଡେଲାଙ୍ଗ ଏସ, ୟୁ.ସି.ଆଇ ପକ୍ଷରୁ ୫ ଦଫା ଦାବି ନେଇ ଡେଲାଙ୍ଗ ବିଦ୍ୟୁତ ବିଭାଗ ଆଗରେ ବିକ୍ଷୋଭ ପ୍ରତିବାଦ ସଭା ହୋଇଯାଇଛି । ଏହି ଅବସରରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଦ୍ୟୁତ ବିଭାଗକୁ ଘରୋଇ କରଣ ସମ୍ପର୍ଣ୍ଣ ବନ୍ଦ କରାଯାଇ ପୂର୍ବପରି ସରକାର ନିଜ ଦାୟତ୍ୱରେ ରଖନ୍ତୁ । ଟାଟା କମ୍ପାନୀ ସହିତ ହୋଇଥବବା ସେସେୁର ବୁଝାମଣା ପତ୍ର ରଦ୍ଦ କରାଯାଉ । ଏଏସଇବି ସମୟରେ ଉପଭୋକ୍ତାଙ୍କ ଉପରେ ଥିବା ବକେୟା ଦେୟ ସମ୍ପର୍ଣ୍ଣ ଛାଡ କରାଯାଉ । ଚାଇନା ମିଟର ପରିବର୍ତ୍ତନ କରାଯାଉ, ପ୍ରତି ପଞ୍ଚାୟତରେ ଫ୍ୟୁଜ କଲ ସେଣ୍ଟର ଖୋଲାଯାଉ ଏବଂ ଏକ ତାରିଖ ଓ ବାର ଘୋଷଣା କରି ବିଦ୍ୟୁତ ଶୁକ୍ଳ ଆଦାୟ କରାଯିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ବିକ୍ଷୋଭରେ ଏସ ୟୁ ସିଆଇ ଓଡିଶା ରାଜ୍ୟ କମିଟିର ସଦସ୍ୟ କ୍ରମେଡ ରଘୁନାଥ ଦାସ, ଡେଲାଙ୍ଗ କମିଟିର ସମ୍ପାଦକ କ୍ରମେଡ ଦୀନବନ୍ଧୁ ପରିଡା, ବଟକୃଷ୍ଣ ସ୍ୱାଇଁ, ପଦ୍ମଚରଣ ଜେନା, ଗୋଲକ ବିହାରୀ ବରାଳ, ସରିତ କୁମାର ମହାନ୍ତି ଓ ଗଙ୍ଗାଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts