ବାଘମାରୀ ଥାନା ଓ ମିଲନ ପଥରଶିଳ୍ପ କେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର
ବେଗୁନିଆ--- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବାଘମାରୀ ଥାନା,ମିଲନ ପଥରଶିଳ୍ପ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ହଟ୍ଟକେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଶିବିରର ପ୍ରାରମ୍ଭରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ବାଘମାରୀ ଥାନା ଅଧିକାରୀ ପ୍ରଣିତା ପଟ୍ଟନାୟକ ଓ ନୌସେନା ଅଧିକାରୀ ଗୋପୀନାଥ ସେଠୀ ପ୍ରଥମେ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଏଥିରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ,ମିଲନ ପଥର ଶିଳ୍ପର ମୁଖ୍ୟ କଳ୍ପତରୁ ପଣ୍ଡା,ଜ୍ୟୋତିର୍ବିଦ ରଜନୀକାନ୍ତ ପଣ୍ଡା,ସମାଜସେବୀ ବାସୁଦେବ ବେହେରା ଓ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ପ୍ରମୁଖ ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ ବ୍ଲଡ ବ୍ୟାଙ୍କର ଡାକ୍ତର ବିଭୂତି ଭୂଷଣ ଦଳେଇ,କାଉନସେଲର ଅଜୟ କୁମାର ପଟ୍ଟନାୟକ,ଲାବଟେକନିସିଆନ ରଞିତ କୁମାର ନାୟକ ଓ ଅଭିମନ୍ୁ୍ୟ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭ୍ୟ ଶୁଭକାନ୍ତ ବେହେରା,ବୁଭୂଦତ ବେହେରା,ପିତାମ୍ବର ତ୍ରିପାଠୀ ଓ ବ୍ରହ୍ମାନନ୍ଦ ଦାଶ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା