Breaking News

ଆୟ ବହିଭୁତ ସମ୍ପତିକୁ ନେଇ କଟକ ଭିିଜିଲାନ୍ସସର ସତ୍ୟବାଦୀରେ ଚଡଉ


 D senapati
Sakhigopal 
ସାକ୍ଷୀଗୋପାଳ ----ଆୟ ବହିଭୁତ ସମ୍ପତି ଠୁଳ କରିବା ନେଇ କଟକ ଭିଜିଲାନ୍ସସ ପକ୍ଷରୁ  ସାକ୍ଷୀଗେ।।ପଳ ରେଳୱ ଷ୍ଠେସନର ପୁରୁଣା ମାଲଗୋଦାମ ରୋଡରେ ଥିବା ହରିହର ମହାପାତ୍ରଙ୍କ ଘର ଉପରେ ଚଡାଉ କରାଯାଇଛି । ସୁଚନାଯୋଗ୍ୟ ଯେ ହରିହର ଙ୍କ ସଢ଼ୁ କେନ୍ଧୁଝର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଶୁବଳ ପଣ୍ଡା  । ତାଙ୍କ ନାମରେ  ଆୟ ବର୍ହିଭୁତ ସମ୍ପତି ନେଇ ଭିଜିଲାନ୍ସସ ପକ୍ଷରୁ ଏକକେସରୁଜ କରାଯାଇଥିଲା  । ଶନିବାରଏକ ସଙ୍ଗେ ଶୁବଳଙ୍କ ସମ୍ପକୀୟଙ୍କ ସହିତ ନିଜ ଜନ୍ମସ୍ଥାନ ନଅଟି ଯାଗାରେ ଆଜି ସକାଳୁ ଚଡାଉ ଆରମ୍ଭ ହୋଇଛି ।  କଟକ, ସାକ୍ଷୀଗୋପାଳ, ଭଦ୍ରକ, ରାଉଲକେଲା ସହିତ ନିଜ ଜନ୍ମସ୍ଥାନ ସାଲେପୁର ଓ କେନ୍ଦୁଝର ଘର ଓ କାର୍ଯ୍ୟାଳୟ ଉପରେ ଚଡାଉ ଜାରି ରହିଛି । କଟକ ଭିଜିଲାନ୍ସସ ସେଷ୍ପାଲସେଲର ଡିଏସପି ଦେବେନ୍ଦ୍ର ନାଥ ଦାସ, ସନ୍ଦ୍ୟାରାଣି ସାହୁ, ସହକାରୀ ଯନ୍ତ୍ରୀ ଧନେଶ୍ୱର ନାୟକ, ଶୁକଦେବ ସାହୁ ପ୍ରମୁଖ ସାକ୍ଷୀଗୋପାଳ ଶ୍ରୀ ମହାପାତ୍ରଙ୍କ ଘର ଉପରେ ଚଡାଉ ଜାରି ରଖିଛନ୍ତି । ଶ୍ରୀ ମହାପାତ୍ରଙ୍କ ଘରୁ ୨ଶହ ଭରିର ସୁନା ଗହଣା ଓ ନଗଦ କିଛି ଟଙ୍କା,ବ୍ୟାଙ୍କ ଫାସବୁକ ଓ ଜମିର କବଲା ସହିତ ବିଭିନ୍ନ କାଗଜ ପତ୍ର ଗୁଡିକ ଜବତ କରିଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ପୂର୍ଣ୍ଣନନ୍ଦ ତ୍ରିପାଠୀ 

Blog Archive

Popular Posts