 |
nayagarh |
ନୟାଗଡ଼ ----ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଜାଭିୟର ହାଇସ୍କୁଲରେ ଷଷ୍ଠତ୍ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପାତ୍ର । ଓଡ଼ଗାଁରେ ବିଜେ ଶ୍ରୀ ରଘୁନାଥ ଜୀଉ ମନ୍ଦିର ସମ୍ମୁଖରୁ ଏକ ମଶାଲ ଶୋଭାଯାତ୍ରା ବଜାର ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚିଥିଲା। କ୍ରୀଡ଼ା ଶିକ୍ଷକ ସରୋଜ କୁମାର ଦାଶ୍ କ୍ରୀଡ଼ା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ।ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିଜରାଣୀ ଚୌଧୁରୀ ଏବଂ ସହ ପ୍ରଧାନ ଶିକ୍ଷୟିତ୍ରୀ ଭବାନୀ ପଣ୍ଡା,ପରିଚାଳନା କମିଟିର ସଭାପତି ଯୋଗେଶ୍ୱର ବେହେରା,ଉପଦେଷ୍ଟା ଖଲେଶ୍ବର ତ୍ରିପାଠୀ,ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ପ୍ରଥମ ଦିନରେ ଦୌଡ଼,ଭାରସାମ୍ୟ ଦୌଡ଼,ଲମ୍ୱା ଡିଆଁ, ଗଣିତ ଦୌଡ଼, ଚକଲେଟ ଦୌଡ଼, ମ୍ୟୁଜିକ୍ ଚେୟାର ଆଦି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ଅନ୍ତିମ ଦିନରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ଥିବାରୁ ଜଣାପଡିଛି ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ