 |
konark |
କୋଣାର୍କ---- ଶନିବାର ପୁର୍ବାହ୍ନ ସମୟରେ ଚନ୍ଦ୍ରଭାଗାଠାରୁ ପୁରୀ ଆଡକୁ ଚାରି କିଲୋମିଟର ଦୂର ବେଳାମାର୍ଗରେ ବସ ଓ ୱିଙ୍ଗର ଧକ୍କା ହେବା ଫଳରେ ୬ଜଣ ଗୁରୁତର ଆହତ ହୋଇଛିନ୍ତି । ଘଟଣାରୁ ପ୍ରକାଶ ପୁରୀରୁ ଏକ ଓି୍ୱଙ୍ଗର (ଓଡି ୦୨ ଏକେ ୬୮୧୮) ଯାତ୍ରୀବାହୀ ଗାଡି ପର୍ଯ୍ୟଟକଙ୍କୁ ବସାଇ ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସୁଥିବା ବେଳେ ବେଳାମାର୍ଗର ସାହୁଖଣତାସ୍ଥିତ ବେସ ବାଙ୍କଠାରେ କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବା ଗାୟତ୍ରୀ (ଓଡି ୦୯ ଡି ୬୬୬୬)ନାମକ ଏକ ପର୍ଯ୍ୟଟକବାହୀ ବସକୁ ଧକ୍କା ଦେଇଥିଲା । ଫଳରେ ୱିଙ୍ଗର ଚାଳକଙ୍କ ସମେତ ସମ୍ମୁଖ ସିଟିରେ ବସିଥିବା ପର୍ଯ୍ୟଟକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିପିହୋଇ ରହିଥିଲେ । ଏସମ୍ପର୍କରେ ଖବର ପାଇ ଚମ୍ପାହର ଅଗ୍ନିଶମ କେନ୍ଦ୍ରର ଆଗ୍ନିକମାନେ ଘଟଣା ସ୍ଥଳରେ ପହଞ୍ଚି ଗାଡିରେ ଚିପିହୋଇ ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡି ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାର ପିସିଆର ଭ୍ୟାନରେ ପୁରୀ ସଦର ହସପିଟାଲକୁ ପଠାଇଥିଲେ । ୱିଙ୍ଗର ଚାଳକ ଦୃତଗତିରେ ଆସୁଥିବା ବେଳେ ଆଖି ଲାଗିଯାଇଥିବାରୁ ଏପରି ମର୍ମଦୁନ୍ତ ଦୁର୍ଘଟଣା ଘଟିଛି ବୋଲି ପ୍ରତକ୍ଷ୍ୟ ଦର୍ଶୀମାନେ କହିଛନ୍ତି । ଚନ୍ଦ୍ରଭାଗା ମେରାଇନ ଥାନାଧିକାରୀ ନିଳିମା ପଟ୍ଟନାୟକ ଦୁର୍ଘଟଣାଗ୍ରସ୍ତ ବସ ଓ ୱିଙ୍ଗରକୁ ଜବତ କରି ଏକ ମାମାଲା ରୁଜୁ କରିଥିବା ଜଣାଯାଇଛି । ଦୂର୍ଘଟଣା ଘଟିଥିବା ସ୍ଥାନଠାରୁ ମାତ୍ର ଶହେ ମିଟର ଦୂରତାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମୁଦ୍ର କୂଳରେ ମେରାଇନ ଡ୍ରାଇଭି ଇକୋ ରିଟ୍ରିଟ ଉତ୍ସବ ଚାଲିଛି ।
କୋଣାର୍କରୁ ଅଜିତ କୁମାର ମଲିକ