Breaking News

ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ




ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ ପୁରୀ ଙ୍କ ପକ୍ଷରୁ ବିଶ୍ବ  ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ସତ୍ୟବାଦୀ ବ୍ଲକ ର୨୪ଟି ପଞ୍ଚାୟତର ପାୟ ୨ଶହ ଭିନ୍ନକ୍ଷମ ଓ ତାଙ୍କର ଅଭିଭାବକ ମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବିଡ଼ିଓ ସରୋଜ କୁମାର ଦତ୍ତ, ବ୍ଲକ ସାମାଜିକ ସୁରକ୍ଷା ଅଧିକାର ସୂର୍ଯ୍ୟ ପ୍ରସାଦ ପାତ୍ର ଓ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନର ଅର୍ଥ ସହାୟତା ଅଧିକାରୀ ରଶ୍ମୀରଂଜନ ମହାନ୍ତି ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନୁଷ୍ଠାନ ର ଉପସଭାପତି ରବିନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ । ସମସ୍ତ ଅତିଥି ମାନେ ଆଜିର ଦିନରେ ଭିନ୍ନକ୍ଷମ ମାନେ ଏବେ ଆଉ ଭିନ୍ନକ୍ଷମ ହୋଇ ନାହାନ୍ତି । ଭିନ୍ନକ୍ଷମ ର କୈାଣସି ଦଳ ନାହିଁ ବା ଧନି ଗରିବ ନାହିଁ । ଶେଷରେ ଅନୁଷ୍ଠାନ ର ସମ୍ପାଦକ ବସନ୍ତ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Popular Posts