ସାହିତ୍ୟାନୁଷ୍ଠାନ ପକ୍ଷରୁ ଆଲୋଚନା ଚକ୍ର୍ର ଓ ଆନ୍ତଃ ବିଦ୍ୟାଳୟ ସଙ୍ଗୀତ ପ୍ରତିଯୋଗିତା
ବେଗୁନିଆ--- ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ପଞ୍ଚାୟତ ସାତରାସ୍ଥିତ ଗୁରୁକୁଳ ଶିକ୍ଷା ନିକେତନ ପରିସରରେ ସାହ୍ୟିାନୁଷ୍ଠାନ ପକ୍ଷରୁ ‘’ ଶିଶୁ ମନର ପରିଭାଷା ‘’ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ସାହିତ୍ୟାନୁଷ୍ଠାନର ସଭାପତି ରାଜକିଶୋର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷା ନିକେତନର ପ୍ରତିଷ୍ଠାତା ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରି ଆଶିର୍ବଚନ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ବୈଦିକ ଶାନ୍ତିମନ୍ତ୍ର ପାଠ କରିଥିଲେ । ସମ୍ପାଦକ ଦିବାକର ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱ ରଚିତ ଆବାହଣୀ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ ପବିତ୍ର କୁମାର ସୁବୁଦ୍ଧି ମୁଖ୍ୟ ଅତିଥି,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂତି ଭୂଷଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କ ଉପରେ ଚାପ ନଦେଇ ସେମାନଙ୍କର ରୁଚି,ଆଗ୍ରହ ଓ ଦକ୍ଷତା ଅନୁଯାଇ ଶିକ୍ଷାଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ସଙ୍ଗୀତା ବେହେରା,ସିପ୍ରା ସଲୋନୀ ନାୟକ ଓ ସୁଶ୍ରୀ ସ୍ୱାଗତିକା ନାୟକଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ଛାତୀ ଋତୁପ୍ରିୟା ବେହେରା,କିରଣବାଳା ପୃଷ୍ଟି ଓ ସୋନାଲିକା ସାମନ୍ତରାୟଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଚାରକ ଭାବରେ କବି ପ୍ରସନ୍ନ ମଣ୍ଡଳ,ଶ୍ରୀବତ୍ସ ଷଡଙ୍ଗୀ ଓ କବୟତ୍ରୀ ପ୍ରତିମା ପ୍ରଧାନ ଯୋଗ ଦେଇଥିଲେ । ଏଥିରେ କବି ଗଙ୍ଗାଧର ଓଝା,ଶିଳ୍ପୀ କଳ୍ପତରୁ ପଣ୍ଡା,ଗାୟକ ଖଗେଶ୍ୱର ମାର୍ଥା,ସମାଜସେବୀ ନରେନ୍ଦ୍ର କୁମାର ସାହୁ,ପ୍ରଦୀପ କୁମାର ପାତ୍ର,ବସନ୍ତ କୁମାର ହୋତା,ମାୟାଧର ପାଣିଗ୍ରାହୀ,ଗଗନ ବିହାରୀ ବେହେରା,ଦିଲ୍ଲୀପ କୁମାର ସାହୁ,ଭାଗବତ ମହାପାତ୍ର,ସୋମନାଥ ସାହୁ,ବିମ୍ବାଧର ମହାରଣା,ରବି ନାରାୟଣ ତ୍ରିପାଠୀ ସାଗରାଧଶ ମଙ୍ଗରାଜ,ଆନନ୍ଦ ଚନ୍ଦ୍ର ପ୍ରଧାନ,କାହ୍ନୁ ଚରଣ ବେହେରା ଓ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଗାୟକ ହରିହର ମହାପାତ୍ର ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷା ନିକେତନର ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ସାହୁ ଧନ୍ୟବାଦ ଦେଇଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା