Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍ଳୁଲ ଅଭିଯାନର ଅଧ୍ୟକ୍ଷା; ମିଳିମିଶି ବିଦ୍ୟାଳୟର ରୂପରେଖ ବଦାଳଇବାକୁ ଦେଲେ ପ୍ରସ୍ତାବ

ସାକ୍ଷୀଗେ।।ପଳ ----- ସତ୍ୟବାଦୀର ବନବିଦ୍ୟାଳୟ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟକୁ ବୁଧବାର ଦିନ ରାଜ୍ୟ ସରକାରଙ୍କ ମୋ ସ୍ଲୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚି ଓ ମୋ ସ୍ଲୁଲ ଅଭିଯାନ ଓଡିଶାର ମୁଖ୍ୟ ସଂଯୋଜକ ଅମର ଜିତ ଜେନା ପରିଦର୍ଶନ କରିବା ସହ କିଛି ପୁରାତନ ଛାତ୍ର ମାନଙ୍କ ସହ ଆଲେଚନା କରିଥିଲେ   । ଏହି ଅବସରରେ  ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖା ମଣ୍ଡପରେ ଓ ଗୋପବନ୍ଧୁଙ୍କ ଶେଷ ନିଶ୍ୱାସ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  । ବିଦ୍ୟାଳୟର ଚତୁପାଶ୍ୱର୍ ବୁଲିବା ସହ ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ଘର ଗୁଡିକ ବୁଲୁକି ଦେଖିଥଲେ  ।  ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଓ ପଞ୍ଚସଖାଙ୍କ ଆଶ୍ରମ ବା ତାଙ୍କ ସ୍ମୁତି ଉଦ୍ଦ୍ୟେଶରେ ଥିବା ଚାଳଘର ବୁଲିକି ଦେଖିଥଲେ  । ସେଠାରେ ଏକ ମ୍ୟୁଜିୟମ କରିବା ପାଇଁ  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନଙ୍କ ସହିତ ଆଲେଚନା କରିଥିଲେ  । ସେହିପରି ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ସମ୍ପର୍କରେ ତଥ୍ୟ ବୁଝିଥିଲେ ଅଧ୍ୟକ୍ଷା  । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କୁ ନେଇ ଏକ ଆଲୋଚନା ସଭା ଆୟୋଜନ କରାଯାଇଥିଲା  । ଏଥିରେ ବିଦ୍ୟାଳୟର ଶିକ୍ଷକ ସତ୍ୟବାଦୀ ଦାଶ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ  ।ଏପରିକି ଯେଉଁ ବିଦ୍ୟାଳୟରୁ ଅ ଶିକ୍ଷା ଲାଭ କରି ଯାଇଥିଲେ ଏବେ ସେହି ବିଦ୍ୟାଳୟର ଛାତ୍ର ମାନଙ୍କୁ ବିଦ୍ୟାଳୟ ଡାକୁଛି ‘ଆ’ ବୋଲି ଶିକ୍ଷକ ଶ୍ରୀ  ଦାଶ କହିଥିଲେ  । ଏହାର ଅର୍ଥ ହେଉଛି ଯେଉଁ ପୁରାତନ ଛାତ୍ର ମାନେ ଏକାଠି ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ବା ମୋ ସ୍ଲୁଲ ଅଭିଯାନରେ ସାମିଲ ହେବାପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା ବୋଲି କହିଥିଲେ  । ମୋ ସ୍ଳୁଲ ଅଭିଯାନ ଯୋଜନା ସମ୍ପର୍କରେ ଅଧ୍ୟକ୍ଷା ଷ୍ରୀମତି ବାଗ୍ଚି ମତ ରଖିଥିଲେ  ।  ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ , ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ତ୍ରିଲୋଚନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ  । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଡ. ଅଭିମନ୍ୟୁ ବରାଳ,  ପ୍ରକାଶ ଚନ୍ଦ୍ର ମିଶ୍ର, ପ୍ରଫୁଲ ସାହୁ, ଭ୍ରମର ବର ସ୍ୱାଇଁ,ପ୍ରକାଶ ସାମନ୍ତରାୟ, ଭିକାରୀ ସେନାପତି, ଅମର ନନ୍ଦ, ଗଦାଧର ମହାପାତ୍ର, ତନ୍ମୟ ପଣ୍ଡା, ସୁରେଶ ସାହୁ ପ୍ରମୁଖଙ୍କ ସହିତ କିପିର ଏହି ବିଦ୍ୟାଳୟକୁ ସରସ ସୁନ୍ଦର କରି ଗଢ଼ିତୋଳିବା ପାଇଁ ମତ ସଂଗ୍ରହ କରିଥିଲେ  । ଏପରିକି ଏହି ବିଦ୍ୟାଳୟକୁ ଯେଉଁପରି ଅନ୍ୟ ଅଞ୍ଚଳର ବିଦ୍ୟାର୍ଥୀ ଓ ଗବେଷକ ମାନେ ଆସୁଥିଲେ ସେହିପରି ଆମେ ଏହି ବିଦ୍ୟାଳୟକୁ ଗଡିବା ଯେପରି ଲୋକମାନେ ଦେଖିବା ପାଇଁ ଏଠାକୁ ଆସିବେ ବୋଲି ଅଧ୍ୟକ୍ଷ ମତ ରଖିଥଲେ  । ରାଜ୍ୟରେ ୧୮୩ ଗୋଟି ବିଦ୍ୟାଳୟ ଶତାଧିକ ବର୍ଷରୁ ଅଧିକ ହୋଇଗଲାଣି  । ଏହି ବିଦ୍ୟାଳୟକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ସରକାର ଉଦ୍ଦ୍ୟମ ଆରମ୍ଭ କରିଛନ୍ତି ବୋଲି ଅଧ୍ୟକ୍ଷା କହିଥିଲେ  । ବିଶେଷ କରି ବିଦ୍ୟାଳୟ ପରିସରରେ ଏକ ରିଡିଙ୍ଗି ରୁମ କରିବା ପାଇଁ ମୋ ସ୍ଳୁଲ ଅଭିଯାନର ଅଧ୍ୟକ୍ଷା ଶ୍ରୀମତି ବାଗଚି ମତ ପ୍ରକାଶ କରିଥିଲେ  ।  ସେହିପରି ଉପସ୍ଥିତ ଥିବା ପୁରାତନ ଛାତ୍ର ମାନେ କହିଥିଲେ ବିଦ୍ୟାଳୟର ଅଧ୍ୟ୪ୟ ରତ କରୁଥିବା ଛାତ୍ର  ମାନଙ୍କୁ ନୈତିକ ଶିକ୍ଷା ଦେବା ନିହାତି ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ  । ଏହି ବିଦ୍ୟାଳୟ ବନ ବିଦ୍ୟାଳୟ ପାଇଁ ପରିଚିତ, ବନ ବିଦ୍ୟାଳୟ କିପରି ହୋଇପାରିବ , ବର୍ତ୍ତମାନ ସମସ୍ତେ ଗୋପବନ୍ଧୁଙ୍କ ନାମ ନେଇ ଚାଲୁଛନ୍ତି ମାତ୍ର ତାଙ୍କ କାମ କେହି କରୁନାହାନ୍ତି  ବୋଲି ମତ ପ୍ରକାଶ ପାଇଥିଲା  । ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡା, ବସନ୍ତ କୁମାର ସ୍ୱାଇଁ,  ପ୍ରସନ୍ନ କୁମାର ରଥ, ପ୍ରଶାନ୍ତ ତ୍ରିପାଠୀ, ସୁଚିତ୍ର ଖଟୋଇ, ସୌଦାମିନି ନାୟକ, କୃଷ୍ଣପିୟା ଦାଶ ଗିତାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts