Breaking News

ବାଇକ ଡିକିଭାଙ୍ଗି ୧୦ ହଜାର ଟଙ୍କା ଲୁଟ

ବେଗୁନିଆ----ଆଜିର ଦିନରେ ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଆମେ ସେହିପରି ଆଗକୁ ଯାଇ ପାରୁନେ । ସୁଚନାଯୋଗ୍ୟ ଯେ ଲୋକମାନେ ଏଙ୍କିଏମ ପିନ ନମ୍ବର ଅନ୍ୟ ଲୋକଙ୍କୁ ଦେଇଦେଉଛନ୍ତି । ସେହିପରି ଲୋକମାନେ ଟଙ୍କା ବ୍ୟାଙ୍କ କିମ୍ବା ଏଟିଏମରୁ ଟଙ୍କା ଉଠାଇ ଗାଡି ଡିକିରେ ରଖୁଛନ୍ତି । ଏଥିରେ ଆମେ ସ୍ଥାନୀୟ ପୋଲିସକୁ ଦାୟୀ କରାଯାଉଛି । ସୁଚନାଯୋଗ୍ୟ ଯେ ବେଗୁନିଆ ଥାନା ଅନ୍ତର୍ଗତ  ଖଣତି ଗ୍ରାମର ସୁମନ୍ତ କୁମାର ବେହେରା  ଶନିବାର ସନ୍ଦ୍ୟାରେ  ବେଗୁନିଆସ୍ଥିତ  ମେଡିକାଲ ପାଖ ଏସବିଆଇ ଏଟିଏମରୁ ନଗଦ ୧୦ ହଜାର ଟଙ୍କା ବାହାର କରି ବାଇକର ଡିକିରେ ରଖିଥିଲେ । ନିକଟସ୍ଥ  ଦୁର୍ଗା ବଜାରରୁ ଏକ ବହି ଦୋକାନରୁ  କୌଣସି ଏକ ଜରୁରୀ କାମରେ ଯାଇଥିବା ବେଳେ କୌଣସି ଦୁବୁର୍ତ  ବାଇକ ଡିକି ଭାଙ୍ଗି ନଗଦ ୧୦ ହଜାର ଟଙ୍କା ସହ ଏଟିଏମ କାର୍ଡ  ଓ ଡ୍ରାଇଭିଂ ଲାନସେନସ ନେଇଯାଇଥିଲା । ସୁମନ୍ତ ଏହି ଘଟଣା ସମ୍ପର୍କରେ  ବେଗୁନିଆ ଥାନାରେ  ଅଭିଯୋଗ କରିଛନ୍ତି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts