ସେବା ମହୋତ୍ସବ କମିଟି ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
ବେଗୁନିଆ----ଚଳିତ ମାସ ୨୯ ତାରିଖରେ ବେଗୁନିଆ ସଦର ମହକୁମାର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଚତୁର୍ଥ ସେବା ମହୋତ୍ସବ ଅବସରରେ ବେଗୁନିଆ ଓ ବୋଲଗଡ ଛାତ୍ରଛାତ୍ରୀ ଓ ଯୁବକବନ୍ଧୁଙ୍କ ସହଯୋଗରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯିବା ପାଇଁ ନିସ୍ପତ୍ତିନିଆଯାଇଛି । ଏ ନେଇ କମିଟିର ସଭାପତି ସୁଦର୍ଶନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲାଏକ ପ୍ରସ୍ତୁତି ବୈଠକ । ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ,ସହସମ୍ପାଦକ ଭାଗିରଥି ସ୍ୱାଇଁ,ଅନିଲ କୁମାର ସାହୁ,ସନ୍ତୋଷ କୁମାର ବେହେରା,ସମୀର କୁମାର ସ୍ୱାଇଁ,ବିଭୂପ୍ରସାଦ ଦଳେଇ,ସୁମନ ଓ ସ୍ନେହାଶିଷ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ନିଜର ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।ଏହି ଅବସରରେ ଅସହାୟ,ଓ ନିରାଶ୍ରୟ ଲୋକମାନଙ୍କୁ ମୁକ୍ତ ହସ୍ତରେ ଖାଦ୍ୟ,କମଳ,ଲୁଗା ଓ ଚପଲ ବଣ୍ଟନ କରାଯିବାର ବ୍ୟବସ୍ଥା ଅନୁଷ୍ଠାନ ପକ୍ଷରୁ କରାଯାଇଛି । ସନ୍ଧ୍ୟାରେ ରଙ୍ଗାରଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ଜିତେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା