Breaking News

ମାଣଚିଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା


 D senapati
Delang
ଡେଲାଙ୍ଗ------ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମାଣଚିଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଶ୍ୱ ରଞ୍ଜନ ଜେନା ଓ ଆଚାର୍ଯ୍ୟ ପ୍ରତାପ ଜେନା ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ  । ବିଜ୍ଞାନ ମେଳାରେ ୩୪ଟି ଗଣିତ, ବିଜ୍ଞାନ ଓ ପରିବେଷ ସମ୍ବନ୍ଦୀୟ ୩୪ଟି ପ୍ରକଳ୍ପ ସ୍ଥାନ ପାଇଥିଲା  । ଆଚାର୍ଯ୍ୟା ରଶ୍ମିତା ଛାଟୋଇ, ଅମ୍ବିକା ନାୟକ, ଉଷାରାଣୀ ମହାପାତ୍ର, ରୋଜାଲିନ ବରାଳ, ବସନ୍ତ ମଞ୍ଜରୀ ଶତପଥି, ସଂଘମିତ୍ରା ରାଉତ ପ୍ରମୁଖ ବିଜ୍ଞାନ ମେଳା ପରିଚାଳନାରେ ସହଯୋଗ କରିଥିଲେ  । ବାର୍ଷିକ ଉତ୍ସବରେ ସଫଳତା ଲାଭ କରିଥିବା କୁନି କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ପରିଚାଳନାର ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁଙ୍କ ଠାରୁ ପ୍ରକାଶ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts