Breaking News

କୋଣାର୍କ ଉତ୍ସବରେ ସାହିତ୍ୟ ସହିତ ଚିତ୍ରକଳାର ଯୁଗଳବନ୍ଦୀ

କୋଣାର୍କ----- - କୋଣାର୍କ ଉତ୍ସବ- ୨୦୧୯ ଅବସରରେ ବୁଧବାର ଦିନବେଳା ମୁକ୍ତାକାଶ ରଙ୍ଗମଞ୍ଚ ପରିସରସ୍ଥ ବରଗଛ ଛାଇରେ ଆୟୋଜିତ ହେବ ସାହିତ୍ୟ ଆସର । କୋଣାର୍କ ସାହିତ୍ୟ ସଂସଦ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ପଞ୍ଚମ ସାହିତ୍ୟ ଆସରକୁ ପୂର୍ବାହ୍ନ ୧୦ଟାରେ ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍ଘାଟନ କରିବେ । ଏଥି ସହିତ ଚିତ୍ରଶିଳ୍ପୀ ବି. ବିନିତା କୁମାରୀ ଓ ଚିତ୍ରଶିଳ୍ପୀ ମାନମୟୀ ରଥଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀର ଯୁଗଳବନ୍ଦୀ କାର୍ଯ୍ୟକ୍ରମକୁ ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦ୍ଘାଟନ କରିବେ । ଏହି ସାରସ୍ୱତ ସମାରୋହରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟ ମୁଖ୍ୟ ଅତିଥି,  ଡକ୍ଟର ହୃଷିକେଶ ମଲ୍ଲିକ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥିରୂପେ କବି ରକ୍ଷକ ନାୟକ,ପବିତ୍ରମୋହନ ଦାଶ ଓ  କଣ୍ଠଶିଳ୍ପୀ ଡକ୍ଟର ସଙ୍ଗୀତା ଗୋସାଇଁ ଯୋଗଦେଇ ‘ଓଡିଆ କବିତାରେ ଚିତ୍ରକଳ୍ପର ପ୍ରୟୋଗ’ ଶୀର୍ଷକ ଆଲୋଚନାରେ ଭାଗନେବେ । ଏହି ଅବସରରେ ସାହିତ୍ୟ ପତ୍ରିକା ଧରମାର ପଞ୍ଚମ ସଂଖ୍ୟାକୁ ଉନ୍ମୋଚନ କରାଯିବା ସହିତ ସ୍ୱନାମଧନ୍ୟ ସାରସ୍ୱତ ସାଧକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହି ସାରସ୍ୱତ ସମାରୋହରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ତିନିଶହରୁ ଅଧିକ କବି, ଲେଖକ, ସାହିତ୍ୟ ସମାଲୋଚକ ତଥା ସାହିତ୍ୟପ୍ରେମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତି ପ୍ରକାଶ କରିଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ 

Popular Posts