Breaking News

ଅଲିଭି ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

 A maliki
konark 
କୋଣାର୍କ -----କୋଣାର୍କ ବନ୍ୟପ୍ରାଣି ବନାଞ୍ଚଳ ଓ ପୁରୀ ବନ୍ୟପ୍ରାଣି ବନଖଣ୍ଡଙ୍କ ମିଳିତ ପ୍ରୟାସରେ ଚନ୍ଦ୍ରଭାଗା ନୋଳିଆ ସାହିରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଶୁକ୍ରବାର ପୂର୍ବାହ୍ନରେ ଅଲିଭିରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଳା ବନ୍ୟପ୍ରାଣି ବନାଞ୍ଚଳ ଅଧିକାରୀ ହଷ ର୍ବର୍ଦ୍ଧନ ଉଦଗାତଙ୍କ ଅଧ୍ୟକ୍ଷତା କରିଥିଲେ  ।  ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ବେହେରା, କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ, ଚମ୍ପାହାର ଅଗ୍ନିସମ ଅଧିକାରୀ ଜ୍ୟୋତିପ୍ରକାଶ ରଥ, କୋଣାର୍କ ବନ୍ୟପ୍ରାଣି ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା, ପୁରୀଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀକାନ୍ତ କାଣ୍ଡି, ବନ୍ୟପ୍ରଣି ବିଶେଷଜ୍ଞ ଆକାଶ ରଞ୍ଜନ ରଥ, ପ୍ରାଣୀ ବିଜ୍ଞାନୀ ସୁବଳ ରାଉତ ପ୍ରମୁଖ ଯୋଗଦେଇ ଥିଲେ ।  ଅଲିଭ ରିଡଲେ କଇଁଛ ଆମର ବନ୍ଧୁ ସେମାନଙ୍କୁ କିଭଳି ସୁରକ୍ଷା ଦେବା  ଏବଂ ସୋମାନଙ୍କ ସଙ୍ଗମ ଓ ସମୁହ ଅଣ୍ଡାଦାନ ସମୟରେ ନିଷିଦ୍ଧାଞ୍ଚଳକୁ ମଟରବୋଟ ସାହାର୍ଯ୍ୟରେ ପ୍ରବେଶ  ନକରିବା  ଏବଂ  ଉକ୍ତ ସ୍ଥାନରୁ ମାଛ ନ ଧରିବା ପାଇଁ ଉପସ୍ଥିତ ସ୍ଥାନୀୟ ମତ୍ସ୍ୟଜିବୀମାନଙ୍କୁ ସଚେତନତା କରାଇଥିଲେ । ସମ୍ପ୍ରତି ନଭେମ୍ବର ମାସ ୧ ତାରିଖ ଠରୁ  ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିରଳ ଅଲିଭ ରିଡଲେ କଇଁଛମାନେ ଓଡିଶା ଉପକୂଳକୁ ଆସି ସଙ୍ଗମ ଓ ଅଣ୍ଡାଦାନ ଜାରି ରଖିଥାନ୍ତି । ଓଡିଶା ମେରାଇନ ଫିସରି ରେଗୁଲେସନ ଆକ୍ଟ ୧୯୮୨ ଅନୁଯାୟ  ଏହି ସମୟ ମଧ୍ୟରେ ବଙ୍ଗୋପସାଗର ଉପକୂଳ ଠାରୁ ସମୁଦ୍ର ଗର୍ଭ ମଧ୍ୟକୁ ୫କିମି ଦୂର ପର୍ଯ୍ୟନ୍ତ ବିରଳ ପ୍ରଜାତିର ଅଲିଭରିଡ଼ିଲ କଇଁଚ ମାନଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ନିଷିଧ୍ୟାଞ୍ଚଳ ଘୋଷଣା କରାଯାଇଛି । ଏହି ସମୟରେ  ଅଲିଭରିଡ଼ିଲ କଇଁଛମାନେ ସମୁଦ୍ର ଉପକୂଳରେ ଅଣ୍ଡା ଦେବା ପାଇଁ ଦଳ ଦଳ ହୋଇ ଉପକୂଳକୁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଉପକୂଳର ନିଷିଦ୍ଧାଞ୍ଚଳରେ ଚଳପ୍ରଚଳ କରିଥାନ୍ତି । ଏହି ସମୟରେ ମଟର ଚାଳିତ ମାଛଧରା ଟ୍ରଲର ବେଆଇନ ଭାବେ ନିଷିଦ୍ଧାଞ୍ଚଳରେ  ପ୍ରବେଶକରି  ମାଛ ଧରୁଥିବା ସମୟର ଟ୍ରଲରର ଫ୍ୟାନ ମାଡ ହେବା ଏବଂ ମାଛଧରା ଜାଳରେ  ଅଲିଭ ରିଡ଼ିଲ  କଇଁଛ ପଡି ମୃତ୍ୟୁ ବରଣ କରିଥାନ୍ତି । ନିଷିଦ୍ଧାଞ୍ଚଳରେ ପ୍ରତ୍ୟହ ଅହୋରାତ୍ର ମାଳମାଳ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ଯୋଗୁଁ  ଅଲିଭ ରିଡଲେଙ୍କ ଜୀବନ ସଙ୍କକଟାପନ୍ନ ହୋଇପଡ଼ିଛି । ଅଲିଭିରେଡିଲେ କଇଁଛଙ୍କ ସୁରକ୍ଷା ପାଇଁ ମତ୍ସ୍ୟଜୀବିଙ୍କ ସମେତ ବନବିଭାଗ, ମତ୍ସ୍ୟବିଭାଗ ଓ ସାମୁଦ୍ରିକ ଥାନା ଯତ୍ନବାନ ହେଲେ ଏମାନଙ୍କୁ ସୁରକ୍ଷା ହୋଇପାରିବ ବୋଲି ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts