ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ;ଦକ୍ଷୀଣସାହି ୩ ଉଇକେଟରେ ବିଜୟି
ସାକ୍ଷୀଗେ।।ପଳ ------ ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ ରେ ଦକ୍ଷୀଣସାହି ୩ ଉଇକେଟରେ ବିଜୟି ହୋଇଛି । ବୁଧବାର ମ୍ୟାଚରେ ଦକ୍ଷୀଣସାହି ଓ ପୁରୀ କ୍ରିକଟେ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦକ୍ଷୀଣସାହି କ୍ରିକେଟ କ୍ଳବ ଟଚ୍ଚ ଜିତି ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୭ ଉଇକେଟ ହରାଇ ୧୩୮ ରନ କରିଥିଲେ । ଜବାବରେ ପୁରୀ କ୍ରିକେଟ ଦଳ ୧୫.୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୨୫ ରନ କରିବାର ସକ୍ଷମ ହୋଇଥିଲା । ବିଜୟୀ ଦକ୍ଷୀଣସାହି ଦଳର ବଳିଆ ପ୍ରଧାନ ନିଜର ବ୍ୟକ୍ତିଗତ ୪୨ ରନ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ଧୂଳିକିଶୋର ସାହାଣୀ ଓ ମାନସ ବରାଳ ମ୍ୟାଚ ପରିଚାଳନା କରିଥିଲେ । ଆସନ୍ତା କାଲି ପାରକେଣା ଓ ନିମାପଡା କ୍ରିକେଟ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି