ନା ବାଳିକାକୁ ଅସଦାଚରଣ କରିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ
ସାକ୍ଷୀଗେ।।ପଳ ------ ସତ୍ୟବାଦୀ ଥାନାରେ ଦୁଇଜଣ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅସଦ ବ୍ୟବହାର କରିଥିବା ନେଇ ସତ୍ୟବାଦୀ ଥାନାରେ ନାବାଳିକାଙ୍କ ଦାଦା ଥାନାରେ ଲିଖିତ ଅଭିଯୋଗ କରିଛି । ଅ୍ରଭିଯୋଗ ପାିବା ପରେ ସତ୍ୟବାଦୀ ଥାନା କେସନଂ ୨୪୪/୨୦୧୯ରେ ଏକ କେସରୁଜ କରାଯାଇଛି । ଅଭିଯୋଗରେ ଉଲ୍ଲେଖ ରହିଛି ଯେ ନା ବାଳିକା ମାନେ ଘର ପାଖରେ ଥିବା ବିଦ୍ୟାଳୟ ପରିସରରୁ ଫୁଲ ତୋଳିବା ପାଇଁ ଯାଇଥିବା ସମୟରେ ଓ ଦାଣ୍ଡରେ ଖେଳୁଥିବା ସମୟରେ ସେଠାରେ ଯୁବକ ଜଣଙ୍କ ଏହି ନାବାଳିକା ମାନଙ୍କ ପ୍ରତି ଖରାପ ମନୋଭାବ ରଖି ସେମାନଙ୍କୁ ଅସଦ ବ୍ୟବହାର କରିବା ସହ ସେମାନଙ୍କ ଗୋପନୀୟ ସ୍ଥାନରେ ହାତ ମାରିବା ଆଦି କାର୍ଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି । ଏହିପରି ଏହି ନା ବାଳିକାଙ୍କୁ ବାରମ୍ବାର ଯୁବକ ଜଣଙ୍କ ହଇରାଣ କରିବାରୁ ପରିବାର ଲୋକମାନେ ବାଧ୍ୟ ହୋଇ ଥାନାରେ ନା ବାଳିକା ମାନଙ୍କର ସୁରକ୍ଷା ଓ ପରିବାରର ସୁରକ୍ଷା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ ସତ୍ୟବାଦୀ ଥାନା ଆଇଆଇସି ଏକ କେସରୁଜ କରି ତଦନ୍ତ ଜାରି ରଖିଛନ୍ତି । ସୁଚନାଯୋଗ୍ୟ ଯେ ଉକ୍ତ ଯୁବକ ଜଣଙ୍କ ସବୁବେଳେ ଏହି କୋମଳମତି ନା ବାଳିକା ମାନଙ୍କ ଉପରେ ଖରାପ ନଜର ପକାଉଛି ବୋଲି ଜଣାପଡିଛି । କେତକ କେସ ଗ୍ରାମରେ ତୁଟି ଯାଉଥିବା ବେଳେ କେତକ ଲୋକଲଜ୍ୟା ଯୋଗୁ ପରିବାର ଲୋକମାନେ ଚୁପ ହୋଇ ରହିଯାଉଛନ୍ତି । ଅନ୍ୟ ପକ୍ଷେ ଅଭିଯୁକ୍ତ ଏହାର ସୁଯୋଗ ନେଇ କୋମଳ ମତି ନା ବାଳିକା ମାନଙ୍କ ଉପରେ ସବୁବେଳେ ଖରାପ ନଜର ପକାଇ ଆସୁଛି ବୋଲି ଜଣାପଡିଛି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି