Breaking News

ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଏବେ ପଦାକୁ ଆସିଲା


ବରଗଡ--- ବରଗଡ ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିୟମ ବାହାରେ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ  । ତାଙ୍କର ସ୍ୱତନ୍ତ୍ର ନିୟମ ଶିକ୍ଷା ବିଭାଗରେ ରାଜ କରୁଛି । ଏ ସମ୍ପର୍କରେ କେହି କହିବାକୁ ନାହିଁ ବା କହିଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି । ରାଜ୍ୟ ସରକାର ଗୋଟିଏ ଦିନରେ ଗୋଟିଏ ପ୍ରଶ୍ନ କାର୍ଯ୍ୟକ୍ରମ କରିଥିଲେ  । ଯାହାକି ପୁରୀ ଜିଲ୍ଲାରେ ଦ୍ୱିତୀୟ ଗଣ ପର୍ବ ଅଁଳାନବମୀ ସେହିଦିନ ରାଜ୍ୟ ଶିକ୍ଷା ବିଭାଗ ସମସ୍ତ ବିଦ୍ୟାଳୟରେ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାରୁ ସତ୍ୟବାଦୀ ବିଧାୟକ ଗୋଟିଏ ଦିନ ବି ଘୁଞ୍ଚାଇ ପାରିନଥିଲେ  । ମାତ୍ର ବରଗଡ ଶିକ୍ଷା ଅଧିକାରୀ ଦଶମଶ୍ରେଣୀର ପରୀକ୍ଷା ଘୁଞ୍ଚାଇ ପାରିଛନ୍ତି । ସୁଚନାଯୋଗ୍ୟ ଯେ  ଡିସେମ୍ବର ଦୁଇ ତାରିଖ ଦିନ ରାଜ୍ୟୃର ସମସ୍ତ ଜିଲ୍ଲାରେ ଦଶମଶ୍ରେଣୀ ପରୀକ୍ଷା ହୋଇଥିବା ବେଳେ ବରଗଡ ଜିଲ୍ଲାରେ ଦଶମ ପରୀକ୍ଷା ହୋଇନାହିଁ  । ମାତ୍ର ବେସରକାରୀ ବିଦ୍ୟାଳୟ ଗୁଡିକରେ ପରୀକ୍ଷା ଦୁଇ ତାରିଖରେ ହୋଇଛି । ସେହି ପ୍ରଶ୍ନ ପତ୍ର ଏବେ ପିଲାମାନେ ଦେଖିକି ପ୍ରସ୍ତିୁତି ହେଉଛନ୍ତି । ସୁଚନାଯୋଗ୍ୟ ଯେ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କହନ୍ତି କେତକ ଶିକ୍ଷକ ଶିକ୍ଷୟତ୍ରୀ ମୋ ପାଖରେ ଅଭିଯୋଗ କରିଥିଲେ ଯେ ଆମେ କୋର୍ସ ସାରିନାହୁଁ ତେଣୁ ପରୀକ୍ଷା ଘୁଞ୍ଚାଯାଉ । ତାହାକୁ ଆଧାର କରି ଜି୍ଲ୍ଲା ଶିକ୍ଷା ଅଧିକାରୀ ପରୀକ୍ଷା ଘୁଞ୍ଚାଇ ଦେଲେ  । ପୁଣି ୧ ତାରିଖ ଦିନ କେଇଁ ଭାବେ ପତ୍ର ଦିଆଯାଇଛି ଯେ ଯେଉଁମାନେ କୋର୍ସ ସାରିଛନ୍ତି ସେମାନେ ପରୀକ୍ଷା କରି ପାରିବେ । ମାତ୍ର ଏହି ପତ୍ର ସଂଖ୍ୟା ୧୭୬୭୨ରେ ୨ ତାରିଖ ଦିନ କେତେକ ବିଦ୍ୟାଳୟରେ ଅପରାହ୍ନରେ ପହଞ୍ଚିଛି । ଯାହାକି ଅତି ତରବର ଭାବେ ୪ ତାରିଖ ଠାରୁ ବିଦ୍ୟାଳୟ ଗୁଡିକରେ ଦଶମ ଶ୍ରେଶୀର ଟେଷ୍ଟ ପରୀକ୍ଷା ଆରମ୍ଭ ହୋଇଥିବା ଜଣାପଡିଛି । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଓଷ୍ଟା ପକ୍ଷରୁ ଯୋଗାଇ ଦିଆଯାଇଛି । ପାରିକ୍ଷାର ବହୁ ଆଗରୁ  ପ୍ରଶ୍ନପତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧିନରେ ରହିଛିା ଓଷ୍ଟା ତାର କର୍ତ୍ତବ୍ୟ ସଠିକ ସମୟରେ କରିଛି । ମାତ୍ର ପରୀକ୍ଷା କରିବା ଦାୟତ୍ୱ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ବୋଲି କେତକ ପ୍ରଧାନ ଶିକ୍ଷକ ମାନେ ମତ ପ୍ରକାଶ କରନ୍ତି । ପ୍ରଶ୍ନ ଉଠୁଛିକି ଗୋଟିଏ ଦିନରେ କ’ଣ କୋର୍ସ ସରିଗଲା ନା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ମନମୁ଼ଖୀ ଶାସନ ପଦାକୁ ଆସିଯିବାରୁ ନିଜକୁ ରକ୍ଷା କରିବା ପାଇଁ ତରବରିଆ ଭାବେ ଚିଠି କରିଥିବା ଏବେ ସାଧାରଣରେ ଆଲେଚନା ହେଉଛି । ଦେଖାଯାଉ ଜିଲ୍ଲାପାଳ ଓ ଗଣଶିକ୍ଷା ମନ୍ତ୍ରୀ ଓ ସଚ୍ଚିବ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ନା ଏହି କୋମଳମତି ପିଲାଙ୍କ ଜୀବନ ସହ ଖେଳୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ବରଗଡରୁ ନବୀନ ଦାଶଙ୍କ ରିପୋର୍ଟ